ପୁରୀ ବଳିଆପଣ୍ଡାରେ ଆତଙ୍କ : ଚଳନ୍ତା କାରରେ ଯୁବକଙ୍କୁ ହାଣିଲେ

ପୁରୀ (ବଳରାମ ତ୍ରିପାଠୀ, ଓଡ଼ିଶା ଟୁଡେ): ବଳିଆପଣ୍ଡାରେ ଅପରାଧୀଙ୍କ ଆତଙ୍କ । ପୂର୍ବରୁ ଖବର ପାଇ ପୁଲିସ ନିରବ ରହିବାରୁ ଶୁକ୍ରବାର ଜଣେ ଯୁବକଙ୍କୁ ଦୁର୍ବୃତମାନେ ହାଣିଦେଲେ। ୧୮ ଦିନ ତଳୁ ସେ ହାଣମୁହଁରୁ ବର୍ତି ଯାଇଥିଲେ । ଜଣେ ଜେଲ୍ ଫେରକ୍ଷା ତାଙ୍କୁ ଖଣ୍ଡା ଧରି ଗୋଡାଇଥିଲା । ଏନେଇ ଅଭିଯୋଗ କରିଥିଲେ, କିନ୍ତୁ ପୁଲିସ ନିରବ ରହିବାରୁ ଶୁକ୍ରବାର ପୂର୍ବାହ୍ନରେ ଚଳନ୍ତା କାରରେ ଯାଉଥିବା ଏହି ଯୁବକଙ୍କୁ ହାଣି ପକାଇଲା ଅଭିଯୁକ୍ତ। ଆହତ ଯୁବକ ହେଲେ ବଳିଆପଣ୍ଡା ମଙ୍ଗଳା ସାହିର ଦୀପ୍ତି ରଞ୍ଜନ ମହାନ୍ତି (୩୪)। ଜେଲ୍ ଫେରନ୍ତା ଆକ୍ରମଣକାରୀ ବେଙ୍ଗ ବୋଲି ଦିପ୍ତା ପୁଲିସକୁ କହିଛନ୍ତି । ଏହି ଆକ୍ରମଣର ସିସିଟିଭି ଫୁଟେଜ୍ ଭାଇରାଲ୍ ହୋଇଛି। ପୂର୍ବାହ୍ନରେ ଘରୁ ଦୀପ୍ତି ତାଙ୍କ ସାଙ୍ଗ ସହିତ କାର୍ ଯିବା ସମୟରେ ସେଠାରେ ପହଞ୍ଚିଥିଲା ଏକ କାର । କାରରେ ବସିବା ସମୟରେ ପୂର୍ବରୁ ଛକି ରହିଥିବା ବେଙ୍ଗ ଦିସ୍ତୀଙ୍କୁ ଲଗାତର ଚୋଟ ମାରି ଚାଲିଥିଲା । ଡୋର୍ ବନ୍ଦ କରିବାକୁ ଫୁର୍‌ସତ୍ ଦେଇନଥିଲା । ବାହାରେ ଛିଡ଼ା ହୋଇଥିବା ତାଙ୍କ ସମ୍ପର୍କୀୟ କାହା ସାହୁ (୨୩) ରୋଜିବା ବେଳେ ତାଙ୍କୁ ମଧ୍ୟ ସେ ଚୋଟ ମାରିଥିଲା । କାହ୍ନା ରକ୍ତାନ୍ତ ହୋଇ ଦୂରକୁ ଦୌଡ଼ିଥିଲେ। ଏହି ସମୟରେ ହାତରେ ଗଭୀର କ୍ଷତ ଲାଗିଥିବା କାରଣରୁ ଡୋର୍ ବନ୍ଦ କରିପାରିନଥିଲେ ଦିପ୍ରୀ । କାର ଗଡ଼ୁଥିବା ଅବସ୍ଥାରେ ଗୋଡ଼ାଇ ଗୋଡ଼ାଇ ହାଣୁଥିଲା ବେଙ୍ଗ। ଏହାପରେ ରକ୍ତ ଭିଜା ଖଣ୍ଡାକୁ ଧରି ସେ ଖସି ପଳାଇଥିଲା। ଏସବୁ ଦୃଶ୍ୟ ସେଠାରେ ଥିବା ଏକ ସିସିଟିଭିରେ ରେକର୍ଡ ହୋଇଛି। ଦିପ୍ରୀଙ୍କ ହାତ ଓ ବେକମୁଣ୍ଡାରେ ଏକାଧିକ ଗୋଟ ବାଳିଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ଵର ଏମ୍ସ୍‌କୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *