ଭଞ୍ଜନଗର : ପ୍ରତୀକ ସାହିତ୍ୟ ସଂସଦ ତରଫରୁ ଡ଼. ବିଜୟ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧନା

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ ): ସ୍ଥାନୀୟ କୋର୍ଟ ହାଲ ପାଠାଗାର ସମ୍ମିଳନୀ କକ୍ଷ ଠାରେ ଭଞ୍ଜନଗରର ପୁରାତନ ସାହିତ୍ୟ ଅନୁଷ୍ଠାନ “ପ୍ରତୀକ ସାହିତ୍ୟ ସଂସଦ”ତରଫରୁ ସଭାପତି ରବୀନ୍ଦ୍ର ନାଥ ଦାସଙ୍କ ସଭାପତିତ୍ୱରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ ମାନ୍ୟବର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟଅତିଥି ତଥା ଉଦଘାଟକ ଭାବେ ଯୋଗଦେଇ ଅଂଚଳର ଜଣାଶୁଣା ଡ଼ଃ ବିଜୟ କୁମାର ପଣ୍ଡା, ଅବସରପ୍ରାପ୍ତ ଗଞ୍ଜାମ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତାଙ୍କର ଦାୟିତ୍ୱବୋଧ ଓ ସେବା ପାଇଁ ସମ୍ବର୍ଦ୍ଧିତ କରିଥିଲେ l ଏଥିସହ ଘୁମୁସରର ଦୁଇ ଗର୍ବ ଓ ଗୌରବ କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଏବଂ ଚକରl ବିଷୋୟୀଙ୍କ ସାହିତ୍ୟକୃତି ଓ ବୀରତ୍ୱର ଗାଥାର ଇତିହାସ ସମ୍ପର୍କରେ ବକ୍ତବ୍ୟ ରଖି ତାଙ୍କରି ସ୍ମୃତି ଉଦେଶ୍ୟରେ ଭଞ୍ଜନଗରରେ ଏକ ଐତିହାସିକ ପୀଠ ଭାବେ ଚକ୍ରଘାଟି ଓ ଗଣ୍ଡିଶୂଳl ର ରୂପାନ୍ତରିତ କାର୍ଯ୍ୟ ସରକାରଙ୍କ ତରଫରୁ ଅଗ୍ରାଧିକାର ଭିତ୍ତିରେ ଚାଲିଥିବା କହିଥିଲେ l

ଅନ୍ୟ ସଂମ୍ମାନିତ ଅତିଥିଭାବେ ଡ଼. କମ୍ଭୁପାଣି ସାମନ୍ତ, ପ୍ରଫେସର କୃତ୍ତିବାସ ବିଶ୍ୱାଳ, ଡ. ଶିବରାମ ପଣ୍ଡା ଓ ଡ଼. ଶ୍ୟାମା ପ୍ରସାଦ ମିଶ୍ର ଯୋଗଦେଇ ଆଲୋଚ୍ୟ ପ୍ରସଙ୍ଗ “ସମର୍ପିତ ସେବାରେ ପୂଣ୍ୟଭୂମି ଘୁମୁସର”ଉପରେ ନିଜନିଜର ବକ୍ତବ୍ୟ ରଖିଥିଲେ l ଏହିଅବସରରେ ଡ. ବିଜୟ କୁମାର ପଣ୍ଡା ଗାଁ ମାଟିର ପରମ୍ପରା ଓ ଅତୀତର ସ୍ମୃତି ସାଉଁଟି ମା ମାଟି ଦେଇଥିବା ଆତ୍ମ ପରିଚୟକୁ ପ୍ରଶଂସା କରିଥିଲେ l ବାହାଡାପଦର ଗାୟତ୍ରୀ ପରିବର ତରଫରୁ ଅତିଥି ସ୍ୱାଗତ କରାଯାଇଥିଲା l ଡ଼. ନଳିନିପ୍ରଭା ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସ୍ନେହଲତା ବିଷୋୟୀ ଓ ଡ.ଗାୟତ୍ରୀ ସାହୁ ଅତିଥିମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ l ପ୍ରତୀକ ସାହିତ୍ୟ ସଂସଦର ସମ୍ପାଦକ ବାଳକୃଷ୍ଣ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ l ସନ୍ତୋଷ ଜେନା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ l ଜଗବନ୍ଧୁ ଜେନାଙ୍କ ଦ୍ୱାରା ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମ କରାଯାଇ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l କାର୍ଯ୍ୟକ୍ରମରେ ବହୁ ସାହିତ୍ୟବନ୍ଧୁ, ଓକିଲ ବନ୍ଧୁ, ଶିକ୍ଷକ, ଶିକ୍ଷୟିତ୍ରୀ, ବୁଦ୍ଧିଜୀବୀ ଯୋଗଦେଇଥିଲେ l କୋଷାଧକ୍ଷ ଜଗବନ୍ଧୁ ଜେନା ଧନ୍ୟବାଦ ପ୍ରଦାନ କରିଥିଲେ lସମାଜସେବୀ ଶୂଳପାଣି ଶତପଥୀଙ୍କ ସମ୍ପାଦନରେ ଜାତୀୟ ସଂଗୀତ ଗାନ ପରେ ସଭାପତି ଶ୍ରୀଯୁକ୍ତ ଦାସ ସଭାସାଙ୍ଗ ଘୋଷଣା କରିଥିଲେ l

Leave a Reply

Your email address will not be published. Required fields are marked *