
କବିସୂର୍ଯ୍ୟନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଆସିକା ସାଂସଦ ଙ୍କ ଅଚାନକ କବିସୂର୍ଯ୍ୟନଗର ମେଡିକାଲ, ପଂଚାୟତ ସମିତି ଓ ପୋଲିସ ଥାନା ଗ୍ରସ୍ଥ କରି, ବ୍ଲକ ରେ ହିତାଧିକାରୀ, ମେଡିକାଲ ରେ ରୋଗୀ ମାନଙ୍କ ସେବା ଏବଂ ଉତ୍ତମ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିକିତ୍ସା ଉପରେ ଅନୁଧ୍ୟାନ କରିଥିଲେ l ଆସିକାର ପ୍ରିୟ ସାଂସଦ ଅନିତା ଶୁଭଦର୍ଶନୀ ପଟନାୟକ, ସମେତ ବିଜେପି ର କିଛି କର୍ମୀ ମଧ୍ୟ ଉପସ୍ଥିତ ଥିଲେ l ମେଡିକାଲ ରେ ଅନେକ ଅସୁବିଧା ରେ ରହିଥିବା ହୃଦୟଙ୍ଗମ କରିଥିଲେ l ଆବଶ୍ୟକିୟ ଡାକ୍ତର, ନର୍ସ, ଏବଂ ଅନ୍ୟ କର୍ମଚାରୀ ମଧ୍ୟ ସଠିକ ନଥିବା ଜାଣିବାକୁ ପାଇଥିଲେ l ସେହିପରି ପଂଚାୟତ ସମିତି ରେ ସ୍ଥାୟୀ ବିଡ଼ିଓ ହିଞ୍ଜିଳିକାଟୁ ବଦଳି ପରେ ଖାଲି ପଡି ରହିଛି l ଲୋକ ମାନଙ୍କ ପାଖରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଫଳ ହୋଇ ପାରୁ ନାହିଁ l ଜିଲ୍ଲା ପାଳ ଏବଂ ବିଭାଗୀୟ ମନ୍ତ୍ରୀ ସହ ଭେଟି ସ୍ଥାୟୀ ବିଡ଼ିଓ ନିଯୁକ୍ତି ଉପରେ ବିଚାର ବିମର୍ସ କରିବାକୁ ପ୍ରତିଶୃତି ପ୍ରଦାନ କରିଥିଲେ l ସେହିଭଳି ଥାନା ପରିସର ରେ ପହଂଚି ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ l କବିସୂର୍ଯ୍ୟନଗର ଥାନା କିଭଳି ଆଦର୍ଶ ଥାନା ର ମାନ୍ୟତା ମିଳିବ ସେଥିପାଇଁ ସମସ୍ତେ ମିଳିମିଶି ଉଦ୍ୟମ କରିବା ଜରୁରୀ ବୋଲି କହିଥିଲେ l ଏଭଳି ଅଚାନକ ସାଂସଦ ଙ୍କ ଗ୍ରସ୍ତ ବୁଦ୍ଧିଜୀବୀ ମହଲ ରେ ପ୍ରଶଂସା କରା ଯାଉଛି l