ଭଞ୍ଜନଗର : ୫ ବନ୍ଧୁକ, ୨ ଖେଳନା ବନ୍ଧୁକ ସହ ୯ ଗିରଫ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ସୋମବାର ରାତିରେ ଅପରାଧ ଭିଆଇବା ପାଇଁ ସଙ୍ଗଠିତ ହେଉଥିବା ଏକ ବଡ ଅପରାଧି ଗୋଷ୍ଠୀଙ୍କୁ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ୫ ଟି ବନ୍ଧୁକ, ୨ ଟି ଖେଳନା ବନ୍ଧୁକ, ଗୋଟିଏ ଖଣ୍ଡା, ୧୫ ରାଉଣ୍ଡ ଜୀବନ୍ତ ଗୁଳି ଜବତ କରିଛି। ଏହି ମାମଲାରେ ୯ ଜଣକୁ ଗିରଫ କରାଯାଇଛି । ସେମାନେ ହେଲେ ଅନିଲ ବେହେରା, ଟୁକୁନା ପାତ୍ର ,ବାଦଲ ସାହୁ, ସରୋଜ ଦାସ , ସୁନୀଲ କୁମାର ସାବତ, ସଂଗ୍ରାମ ଭୂୟାଁ, ସନାତନ ପ୍ରଧାନ,ବ୍ରଜ ମୋହନ ସାହୁ, ଦିବ୍ୟ ଆରୁଖ । ସନାତନ, ବ୍ରଜ ଓ ଦିବ୍ୟଙ୍କ ନାମରେ ଆଜିର ହିଁ ଗୋଟିଏ ମାମଲା ଥିବା ବେଳେ ଅନ୍ୟ ଅଭିଯୁକ୍ତ ମାନଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ମାନେ ବିଭିନ୍ନ ବେନିୟମ ମାମଲାରେ ଜଡିତ ଥିଲେ ବୋଲି । ଗଞ୍ଜାମ ଆରକ୍ଷୀ ଅଧ୍ୟକ୍ଷକ ଶୁଭେନ୍ଦୁ କୁମାର ପାତ୍ର ଙ୍କ ନିର୍ଦେଶ ରେ ସାର ଜିଲ୍ଲା କୁ ଅପରାଧ ମୁକ୍ତ କରିବା ପାଇଁ ଚଢ଼ାଉ କୁ ଜୋରଦାର କରାଯାଇଛି। ଭଞ୍ଜନଗର ଅତିରିକ୍ତ ଏସପି ରଞ୍ଜନ କୁମାର ଦେ ଭଞ୍ଜନଗର ଥାନା ରେ ଏକ ସାମ୍ୱାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଏଥିସହ ଯେଉଁମାନେ ଚୋରା ବନ୍ଧୁକ ରଖିଛନ୍ତି ସେମାନଙ୍କୁ ଖୋଜି ବାହାର କରି ଗିରଫ କରାଯିବ। ବନ୍ଧୁକ ଗୁଡିକ କେଉଁଠାରୁ ଆସୁଥିଲା ତାହାର ସୁରାକ ମିଳିଛି। ଆଗାମୀ ଦିନରେ ଏନେଇ ପଦକ୍ଷେପ ନିଆଯିବ। ମୁଖ୍ୟ ଆସାମୀ ମାନକୁ ମଧ୍ୟ ଗିରଫ କରାଯିବ ।

ଗଞ୍ଜାମ ଜିଲ୍ଲା ସମେତ ଭଞ୍ଜନଗର ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ଚାଲିଛି। ଏଥିପାଇଁ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି ଏଏସପି ଶ୍ରୀ ଦେ କହିଥିଲେ। ଖବରଦାତା ସମ୍ମିଳନୀରେ ଭଞ୍ଜନଗର ଏସଡିପିଓ ସୁଜିତ୍ କୁମାର ନାୟକ, ଥାନା ଅଧିକାରୀ ଜିବନାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଯେ ୪ ଜଣ ଅଭିଯୁକ୍ତ ଗତକାଲି ମଲାସପଦର ରାସ୍ତାରେ ଥିବା ଏକ ମନ୍ଦିରରେ ବସି କିଛି ଅପରାଧ ଭିଆଈବା ପାଇଁ ଯୋଜନା ଚଳାଇଥିଲେ। ଏହି ସମୟରେ ରାତ୍ରି ପାଟ୍ରୋଲିଁ କରୁଥିବା ଏସଆଇ ସମୀର କୁମାର ସେଠୀ ଜାଣିବା ପରେ ଉକ୍ତ ଆଡ୍ଡା ଉପରେ ଚଢ଼ାଉ କରିଥିଲେ । ଏହାପରେ ୪ ଜଣକୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ଏହାପରେ ସେମାନଙ୍କ ସୂଚନା ପ୍ରକାରେ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସୂଚନା ଦେଇଛି। ଖବରଦାତା ସମ୍ମୀଳନୀରେ ଏସଆଇ ସମୀର କୁମାର ସେଠି, ଲକ୍ଷ୍ମୀଧର ମହାନ୍ତି, ଲିପିନା ବିଶ୍ବାଳ, ଏ ଏସ ଆଇ ସତ୍ୟ ନାରାୟଣ ମଳିକ, ଶୁଶାନ୍ତ କୁମାର ପଟ୍ଟନାୟକ, ହାବିଲଦାର ଦିଲୀପ ରାଉତ, କନେଷ୍ଟବଳ ସନ୍ତୋଷ ନାୟକ, କେ ପି ରେଡ୍ଡୀ, ବିକ୍ରମ ମହାରଣା , ଅମିତ୍ ବିଶ୍ବାଳ, ଜି ସାଗର ପ୍ରଧାନ, ଗୃହରକ୍ଷୀ ଗଜେନ୍ଦ୍ର ସ୍ଵାଇଁ, ପି ହେମନ୍ତ ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଭଞ୍ଜନଗର ରୁ ଅମରେନ୍ଦ୍ର କୁମାର ପଟ୍ଟନାୟକ ଓଡିଶା ଟୁଡ଼େ

Leave a Reply

Your email address will not be published. Required fields are marked *