ଭଞ୍ଜନଗର : ଦ ବିଟ୍ ବୁଷ୍ଟର ଡ୍ୟାନ୍ସ ଷ୍ଟୁଡିଓ ସହ ଝୁମିଲେ ଓଲିଉଡ କଳାକାର ଭୂମିକା ଓ ରାଜ ରାଜେଶ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଭଞ୍ଜ ମାଟିରେ ପ୍ରଥମ ଥରପାଇଁ ଓଡିଶା ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ସୁପର ଷ୍ଟାର ତଥା ସିନେ କଳାକାର ମାନଙ୍କ ସମାଗମ ଦେଖିବାକୁ ମିଳିଥିଲା। ଭଞ୍ଜନଗର ସହର ଅଗ୍ରଣୀ ଟି.ବି.ବି. ନୃତ୍ୟ ଅନୁଷ୍ଠାନ ର ପ୍ରଥମ ବାର୍ଷିକ ଉତ୍ସବ ଆର. ଏମ.ସି ପଡ଼ିଆ ଠାରେ ଅନୁଷ୍ଠିତ ହୋଯାଇଛି।ଏହି ଭବ୍ୟ ଉତ୍ସବ କୁ ଓଡିଶା ର ବହୁ ସିନେ ତାରକା ସହ ସମ୍ବଲପୁର ର ନୃତ୍ୟ ଦଳ, ପ୍ରିନ୍ସ ଡ୍ୟାନ୍ସ ଗୃପ ର ନିର୍ଦ୍ଦେଶକ ତଥା ଅଭିନେତା କ୍ରିଷ୍ଣା ରେଡି ମଧ୍ୟ ଯୋଗ ଦେଇଥିଲେ।ଏହା ଛଡା ଗଂଜାମ ମାଟିର ତଥା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ।ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ଭୂମିକା ଦାଶଙ୍କୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।ସେହିପରି ଓଡ଼ିଆ ସିନେ କଳାକାର ରାଜ ରାଜେଶ, ସୁଜିତ, କ୍ରିଷ୍ଣା ମୋହନ ରେଡ୍ଡୀ, ଲିଜା ଓ ସମ୍ବଲପୁର ରୁ ଆସିଥିବା କ୍ରିଉ ଡ୍ୟାନ୍ସ ଗୃପ ଯୋଗଦେଇ ଥିଲେ। ଟି.ବି.ବି. ନୃତ୍ୟ ଅନୁଷ୍ଠାନର କଳାକାର ଓ ସଦସ୍ୟ ମାନଙ୍କ ନୃତ୍ୟ ଚିତାକର୍ଷକ ଥିଲା।ପ୍ରଥମ ଥର ଘୁମୁସର ମାଟିରେ ଏତେ ବଡ ସିନେ କଳାକାର ମାନଙ୍କୁ ନେଇ କାର୍ଯ୍ୟ କ୍ରମ କୁ ଭଞ୍ଜନଗର ବାସୀ ବର୍ଷା ସତ୍ତ୍ୱେ ମଧ୍ୟ ରାତ୍ର ପ୍ରଯ୍ୟନ୍ତ ଉପଭୋଗ କରିଥିଲେ। ଅତ୍ୟାଧୁନିକ ଷ୍ଟେଜ ରେ ପ୍ରଥମ ଥର ଭଞ୍ଜନଗର ମାଟିରେ ନୃତ୍ୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ଓ ଏଥିରେ ଭଞ୍ଜନଗର ସହର ଓ ଆଖ ପାଖର ବହୁ ସଂଖ୍ୟାରେ ଦର୍ଶକଙ୍କ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *