ଭଞ୍ଜନଗର : ଯାତ୍ରା ଶେଷ ପର୍ଯ୍ୟାୟରେ ମନଛୁଆଁ ଭଜନ ସନ୍ଧ୍ୟା

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ଲାଲ ସିଙ୍ଗି ଗ୍ରାମରେ ଚାଲିଥିବା ମା’ ଠାକୁରାଣୀ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।ଆଜି ସନ୍ଧ୍ୟାରେ ମା’ ସିଂହ ବାହିନୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାର କାର୍ଯ୍ୟକ୍ରମ ରହିଛି।ପ୍ରତି ୩ବର୍ଷରେ ଥରେ ଏହି ଯାତ୍ରା ହେଉଥିବାରୁ ବହୁ ଭକ୍ତଙ୍କ ସମାଗମ ହେବାରେ ଲାଗିଛି।ଗୁରୁବାର ମା’ ଙ୍କର ନଗର ଭ୍ରମଣ ବିଶ୍ରାମ ଦିବସ ଥିବାରୁ ସନ୍ଧ୍ୟା ଆଳତୀ ପରେ ପୂଜା ମଣ୍ଡପ ନିକଟରେ ଜେ.କେ ମ୍ୟୁଜିକାଲ ଇଭେଣ୍ଟ ଦ୍ୱାରା ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ଅନୁଷ୍ଠାନର ମୁଖ୍ୟ ଜେ.କେ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବା ବେଳେ କଣ୍ଠଶିଳ୍ପୀ ରବି, ଶିବ, ବିଶାଖା, ମିନି, ଅନିଶା ଓ ଶିଶୁ ପ୍ରତିଭା ସାୱନ କୁମାର ମନଛୁଆଁ ଭଜନ ପରିବେଷଣ କରିଥିଲେ।ଯନ୍ତ୍ରାଂଶରେ ମାଷ୍ଟର ବାଲାଜୀ, ଜଗନ୍, ଦଣ୍ଡପାଣି ଓ ଅନ୍ୟମାନେ ସହଯୋଗ କରିଥିଲେ। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକମାନେ ଏହାକୁ ଉପଭୋଗ କରିଥିଲେ।ଯାତ୍ରା କମିଟି ସଭାପତି ବିପଦ ବନ୍ଧୁ ରାଉତଙ୍କ ସମେତ ଅନୀଲ କୁମାର ରାଉତ, ଲେଲିନ ରାଉତ, ଲଷ୍ମୀଧର ଗୌଡ଼, ଭବାନୀ ଶଙ୍କର ପାଳ ଓ ଅନ୍ୟମାନେ ଏଥିରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *