ବେଲଗୁଣ୍ଠା: ମା ବ୍ରାହ୍ମଣ ଦେବୀ ଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉଦଘାଟନ କଲେ ମନ୍ତ୍ରୀ ବିଭୁତି ଭୂଷଣ ଜେନା

ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାର ସାଂସ୍କୃତିକ ସହର ଭାବେ ପରିଚିତ ବେଲଗୁଣ୍ଠାରେ ସମ୍ପ୍ରତି ମା ବ୍ରାହ୍ମଣ ଦେବୀଙ୍କ ଯାତ୍ରା ମହୋତ୍ସବ ଚାଲିଥିବା ବେଳେ ଗୁରୁବାର ଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ରାଜ୍ୟ ଖଣି,ଇସ୍ପାତ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ମା ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ କମିଟି ସଭାପତି ନୀଳମଣି ବିଷୋୟୀ ପୌରହିତ୍ୟ କରିଥିବା ବେଳେ ସମ୍ମାନୀତ ଅତିଥିଭାବେ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର, ବିଜେପି ଘୁମୁସର ଜିଲ୍ଲା  ସଭାପତି ନୀଳମାଧବ ପାତ୍ର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁଜିତ କୁମାର ନାୟକ, ବେଲଗୁଣ୍ଠା ପଞ୍ଚାୟତ ସମିତି ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ,ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରି ପ୍ରଧାନ, ନିର୍ବାଚନ ମଣ୍ଡଳୀ ଯୁବ ଗୋଷ୍ଠୀ ସଙ୍ଗଠକ ଜିତେନ୍ଦ୍ର କୁମାର ନାୟକ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥି ,ଯାତ୍ରା କମିଟି ସମ୍ପାଦକ ଏଲ.ସତୀଶ ରେଡ୍ଡୀ, ସହ-ସମ୍ପାଦକ ଦିବ୍ୟରଞ୍ଜନ ଦାଶ, କାର୍ଯ୍ୟକାରୀ କମିଟି ସଭ୍ୟ ତଥା କାଉନସିଲର ଏସ.ଭାସ୍କର ପାତ୍ର, କାହ୍ନୁ ଚରଣ ସାହୁ,ପ୍ରଦୀପ କୁମାର ସେଠୀ, ଏ.ଦିଲ୍ଲୀପ କୁମାର ଆଚାରୀ, କେ.ସୁଜ୍ୟୋତି ସୁବୁଦ୍ଧି, ଚିନଂ.ସଂଗୀତା ପାତ୍ର,ବିଶ୍ୱନାଥ ଦଳାଇ ପ୍ରମୁଖ ମଞ୍ଚାସିନ ଥିଲେ ।

ବେଲଗୁଣ୍ଠା ମା ବ୍ରାହ୍ମଣ ଦେବୀଙ୍କ ଯାତ୍ରାକୁ ଐତିହାସିକ ପ୍ରସିଦ୍ଧ ଯାତ୍ରା ବୋଲି ଅଭିହିତ କରିବା ସହ ଏହା ବାଣ ପଟୁଆର ପାଇଁ ବେଶ ପରିଚିତ ବୋଲି କହିଥିଲେ । ମନ୍ତ୍ରୀ ଶ୍ରୀ ଜେନା ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀଙ୍କ ଶାନ୍ତ ଓ ଆମାୟିକ ସ୍ୱଭାବକୁ ମଧ୍ୟ ବେଶ ପ୍ରଶଂସା କରିଥିଲେ । ସେହିଭଳି ଏହି ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବା ପାଇଁ ସହଯୋଗ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ବିଧାୟକ ତଥା ଯାତ୍ରା କମିଟି ସଭାପତି ନୀଳମଣି ବିଷୋୟୀ ନିଜ ଅଭିଭାଷଣ ମାଧ୍ୟମରେ ଧନ୍ୟବାଦ ଦେଇଥିବା ବେଳେ ଏହାର ଇତିହାସ ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଏହାକୁ ଅଧିକ ଉତ୍ସାବ ମୁଖର କରିବା ପାଇଁ ସମସ୍ତ ପଦକ୍ଷେପ ନେବେ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ଅତିଥିଙ୍କୁ ସ୍ମୃତି ସନ୍ତକ ହିସାବରେ ବିଶ୍ୱପ୍ରସିଦ୍ଧ ବେଲଗୁଣ୍ଠାର ପିତଳ ମାଛ ପ୍ରଦାନ କରଯାଇଥିଲା । କାର୍ଯ୍ୟକ୍ରମକୁ ଛାୟାକାନ୍ତ ମହାପାତ୍ର ସଂଯୋଜନା କରିଥିବା ବେଳେ ଯାତ୍ରା କମିଟି ସଭାପତି ଏଲ.ସତୀଶ ରେଡ୍ଡୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *