
ବେଲଗୁଣ୍ଠା ( ଅମରେନ୍ଦ୍ର କୁମାର ପଟ୍ଟନାୟକ , ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ପବିତ୍ର ଅକ୍ଷୟ ତୃତୀୟା ଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ବେଲଗୁଣ୍ଠା କୋଳିସାହି ବାପ ଘରେ ମା ବ୍ରାହ୍ମଣ ଦେବୀ ସ୍ନେହ,ପ୍ରେମ, ଭକ୍ତି ଓ ଜନିଯାତ୍ରାରେ ସମୟ ବିତାଇବା ସହ ନିଜର ଦୈବିଲୀଳା ସମ୍ପନ୍ନ କରି ମା ବ୍ରାହ୍ମଣ ଦେବୀ ଶେଷରେ ରବିବାର ଦିନ ନିଶବ୍ଦ ମଧ୍ୟରାତ୍ରରେ ସମସ୍ତଙ୍କ ଠାରୁ ବିଦାୟ ନେଇ ଧନିଜାପଲ୍ଲୀ ନିକଟ ବାଉଁଶଘେରା ନିଜସ୍ୱ ସ୍ଥାୟୀ ମନ୍ଦିର ପୀଠକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ମାଙ୍କ ମେଲାଣିକୁ ବେଲଗୁଣ୍ଠା ସହରବାସୀ ଭାବବିହୋଲ୍କ ବିଦାୟ ଜଣାଇଛନ୍ତି । ସମସ୍ତ ଭକ୍ତଙ୍କ ଆଖିରେ ଛଳ ଛଳ ଅଶ୍ରୁ । ପୁଣି ଦୀର୍ଘ ଗୋଟିଏ ବର୍ଷ ଅନ୍ତରରେ ଫେରିବେ ମା । ସେତେବେଳ ଯାଏଁ ମାଙ୍କୁ ଅପେକ୍ଷା । ରବିବାର ଦିନ ମା ମହାମାୟୀ ଶ୍ରୀଶ୍ରୀ ଲଷ୍ମୀନୃସିଂହ ସ୍ୱାମୀଙ୍କ ପୀଠ ସମ୍ମୁଖରେ ସିଂହବାହିନୀ ହୋଇ ବୈଠକ ଯାତ୍ରାକୁ ଦେଖିବା ପରେ ରାତି ପ୍ରାୟ ସାଢ଼େ ୯ଘଣ୍ଟ ସମୟରେ ବଡ଼ଦାଣ୍ଡ ପରିକ୍ରମା କରି ଯାତ୍ରା ଦେଖିବା ପରେ କୋଳିସାହି ସ୍ଥିତ ଅସ୍ଥାୟୀ ପୀଠକୁ ଫେରିଥିଲେ । ମାଙ୍କ ଅସ୍ଥାୟୀ ପୀଠରେ ମାଙ୍କ ଆଳତି ଦେଖିବା ପାଇଁ ନାହଁ ନ ଥିବା ଗହଳି ଦେଖିବାକୁ ମିଳିଥିଲା । ମାଙ୍କ ଦର୍ଶନ ମାତ୍ରକେ ସମସ୍ତ କଷ୍ଟ ଓ ଦୁଃଖ ନିମିଷକେ ଦୂର ହୋଇଯାଉଥିବା ବିଶ୍ୱାସ ରଖିଥିବା ସହସ୍ରାଧିକ ଭକ୍ତ ମାଙ୍କୁ ବାପ ଘରେ ଶେଷ ଦର୍ଶନ କରି ଅନନ୍ଦଅଶ୍ରୁ ଢ଼ାଳି ଦେଉଥିବା ବେଳେ ମାଙ୍କ ବିଦାୟକୁ ନେଇ ଅନେକ ଭାବବିହୋଲ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା । ଯାତ୍ରାର ଶେଷ ଦିବସ ବା ବୈଠକ ଯାତ୍ରାରେ ବଡ଼ଦାଣ୍ଡର ପୌରାଣିକ ନାଟକ ରାମାୟଣ, ଗାହାଣ(ପୁରାଣ ଗଣ୍ଠି), ଭକ୍ତ ପ୍ରହଲ୍ଲାଦ ନାଟକ ଓ ଭାରତଲୀଳା ନାଟକ ପରିବେଷଣ ହୋଇଥିଲା । ବଡ଼ଦାଣ୍ଡରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଲୋକଙ୍କୁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ନିଶବ୍ଦ ମଧ୍ୟରାତ୍ରୀରେ ମା ବ୍ରାହ୍ମଣ ଦେବୀ ନିଜସ୍ୱ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
ଚଳିତ ବର୍ଷ ବାପ ଘରକୁ ମାଙ୍କ ଆଗମନ ଠାରୁ ଆରମ୍ଭ କରି ନିଜସ୍ୱ ସ୍ବଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପଯ୍ୟନ୍ତ ମାଙ୍କ ରହଣିକାଲ ଓ ଯାତ୍ରା ମହୋତ୍ସବ ଅନ୍ୟାନ୍ୟ ବର୍ଷ ମାନଙ୍କ ଠାରୁ ଅନନ୍ୟ ଓ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମାଙ୍କ ଯାତ୍ରା ମହୋତ୍ସବ କମିଟି ସଭାପତି ତଥା ସ୍ଥାନୀୟ ବିଧାୟକ ନୀଳମଣି ବିଷୋୟୀ , ନଗରପାଳ ତଥା ଯାତ୍ରା କମିଟି କାର୍ଯ୍ୟକାରୀ ସଭାପତି ଫିରୋଜ କୁମାର ସେଠୀ, ଉପଦେଷ୍ଠା ରବୀନ୍ଦ୍ରନାଥ ମହାପାତ୍ର ଓ ନିଳାଞ୍ଚଳ ଓରଫ ମଲ୍ଲୀ ମହାପାତ୍ର ,ଯାତ୍ରା କମିଟି ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଏଲ.ସତୀଶ ରେଡ୍ଡୀ, ସହ-ସମ୍ପାଦକ ତଥା କାଉନସିଲର ଦିବ୍ୟରଞ୍ଜନ ଦାସ , କୋଷାଧ୍ୟକ୍ଷ ଆଲୋକ କୁମାର ସାହାଣି ,ଯାତ୍ରା ମହୋତ୍ସବ କାର୍ଯ୍ୟକାରୀ କମିଟି ସଭ୍ୟ ତଥା କାଉନସିଲର ଦିଲ୍ଲୀପ କୁମାର ଆଚାରୀ, ଏସ.ଭାସ୍କର ପାତ୍ର, କାହ୍ନୁଚରଣ ସାହୁ, ପ୍ରଦୀପ କୁମାର ସେଠୀ, କେ.ସୁଜ୍ୟୋତି ସୁବୁଦ୍ଧି, ଚିନଂ.ସଙ୍ଗୀତା ପାତ୍ର ,ବିଶ୍ୱନାଥ ଦଳାଇ,ଏବଂ କାର୍ଯ୍ୟକାରୀ କମିଟି ସଭ୍ୟ ପ୍ରଶାନ୍ତ କୁମାର ସାହୁ, ଚନ୍ଦ୍ରମଣି ସାମଲ, ସନ୍ତୋଷ ସୁବୁଦ୍ଧି,ସତ୍ୟନାରାୟଣ ମହାପାତ୍ର, ଏଲ.ସଞ୍ଜୀବ ରେଡ୍ଡୀ, ପ୍ରଦୀପ କୁମାର ଦାଶ,ଏନ. ସୁରେଶ ଚୌଧୁରୀ, ଗଙ୍ଗାଧର ଡାକୁଆ, ରବୀନ୍ଦ୍ରନାଥ ଚୌଧୁରୀଙ୍କ ସମେତ ଅନ୍ୟାନ୍ୟ ସମସ୍ତ ସଭ୍ୟ ଏବଂ ସଙ୍ଗଠକ ରଞ୍ଜିତ କୁମାର ସାମଲ, ଅଜିତ କୁମାର ପାତ୍ର,କେ.ଜିତେନ୍ଦ୍ର ସୁବୁଦ୍ଧି,ଚିନଂ.ଚିଦାନନ୍ଦ ପାତ୍ର, ସନ୍ତୋଷ କୁମାର ସ୍ୱାଇଁ, କୋଳିସାହି କମିଟି ସଭାପତି ଲୋକନାଥ ପାତ୍ର, ସମ୍ପାଦକ ବିଭୁତି ପାତ୍ର, ଉପସଭାପତି ରାଧାକୃଷ୍ଣ ସ୍ୱାଇଁ, କୋଷାଧ୍ୟକ୍ଷ ନିତ୍ୟାନନ୍ଦ ପାତ୍ର, ମାଙ୍କ ପୂଜକ ପ୍ରଶାନ୍ତ ପତି,ସାଇପ୍ରସାଦ ପତି ଓ ନୀଳମାଧବ ପତିଙ୍କ ସହ ଅନ୍ୟନ୍ୟ ସହଯୋଗୀ, ସ୍ଥାନୀୟ ଏନଏସି କର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥି ଓ ତାଙ୍କ ଟିମ ,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ,ଥାନା ଅଧିକାରୀ ବନବିହାରି ପ୍ରଧାନ ଓ ତାଙ୍କ ଟିମ, ବେଲଗୁଣ୍ଠା ଅଗ୍ନିଶମ ବାହିନୀ ଟିମ, ମାଙ୍କ ନଗର ପରିକ୍ରମା କରାଇଥିବା ବିଭିନ୍ନ ସାହି, ବ୍ୟକ୍ତି ବିଶେଷ ଏବଂ ପରିବାରବର୍ଗ ଓ ଜି.ଟି ହାଇସ୍କୁଲର ବିଭିନ୍ନ ମ୍ୟାଟ୍ରିକ ବ୍ୟାଚ, ଧାରା ବିବରଣୀ ପ୍ରଦାନ କରୁଥିବା ଛାୟାକାନ୍ତ ମହାପାତ୍ର, ବଳରାମ ମହାରଣା, ଅଭୟ କୁମାର ରଥ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଓ ବେଲଗୁଣ୍ଠା ସମସ୍ତ ସହରବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।