ଭଞ୍ଜନଗର: ଭାଗବତ ଓ ଠାକୁରାଣୀ ଯାତ୍ରା ରେ ଚଳଚଞ୍ଚଳ ଦଦରାଲୁଣ୍ଡା

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ)ଭଞ୍ଜନଗର ଅଞ୍ଚଳର ଉପାନ୍ତ ଇଲାକା ଭାବେ ପରିଚିତ ଦଦରାଲୁଣ୍ଡା ଗ୍ରାମ। ସେହି ଗ୍ରାମ ରେ ତ୍ରୟୋ ବାର୍ଷିକ ଶ୍ରୀ ଭାଗବତ ଓ ଠାକୁରାଣୀ ଯାତ୍ରା ମହା ଆଡମ୍ବର ରେ ପାଳିତ ହୋଇଯାଇଛି। ଗତ ମାସ ୦୯ ତାରିଖ ରେ ମା ବଡ ରାଉଳି ଠାକୁରାଣୀ ଙ୍କୁ ମହା ଆଡମ୍ବର ସହକାରେ ଗାଁ କୁ ଗ୍ରାମବାସୀ ମାନେ ସ୍ୱାଗତ କରିଥିଲେ। ପରେ ଚାରିଦିନ ବ୍ୟାପି ଗ୍ରାମ ରେ ଭାଗବତ ଙ୍କ ହୋମ ଯଜ୍ଞ ସହ ପ୍ରସାଦ ସେବନ ହୋଇଥିଲା। ପ୍ରତିଦିନ ବହୁ ବାଦ୍ୟଯନ୍ତ୍ର, ସାଜଶଯ୍ୟା, ଘଣ୍ଟ ନାଦ ରେ ପ୍ରକମ୍ପିତ ହୋଇ ମା ଙ୍କ ନଗର ପରିକ୍ରମା ହୋଇଥାଏ। ଗତ ୦୪ ତାରିଖ ରେ ପ୍ରହଲ୍ଲାଦ ନାଟକ ହୋଇଥିବା ବେଳେ ୦୫ ତାରିଖ ରେ ବହୁ ଆଡମ୍ବର ସହକାରେ ” ଦୁଃଶାସନ ହସ୍ତେ ପାଞ୍ଚାଳୀ ର କେଶ ” ବା ମହାଭାରତ ନାଟକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ବିଧାୟକ ପ୍ରଦୁମ୍ନ କୁମାର ନାୟକ ଯୋଗ ଦେଇଥିଲେ। ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମ ର ବିକାଶ ଧାରା କୁ ଆଗକୁ ବଢ଼ାଇଥାଏ ବୋଲି ବିଧାୟକ କହିଥିଲେ। ଆଗାମୀଦିନ ରେ ଗ୍ରାମ ର ସମସ୍ତ ବିକାଶ ମୂଳକ କାର୍ଯ୍ୟ ହାତକୁ ନବାପାଇଁ ସେ ପ୍ରତିଶୃତି ଦେଇଥିଲେ ବିଧାୟକ। ମା ଠାକୁରାଣୀ ଯାତ୍ରା ଦଦରାଲୁଣ୍ଡା ଯୁବକ ସଂଘ ର ସମସ୍ତ ସଦସ୍ୟ ମାନେ ସମ୍ପୂର୍ଣ ସହଯୋଗ କରିଥିଲେ ଯାତ୍ରା ସରସ ସୁନ୍ଦରଭାବେ ହୋଇଛି ବୋଲି ଯାତ୍ରା କମିଟି ର ସଭାପତି ଜ୍ୟୋତି ସ୍ୱାମୀ ସାହୁ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *