କଳାହାଣ୍ଡି: “ଆମ ସଂକଳ୍ପ ନିଶା ନୂହେଁ ଜୀବନ” ସଚେତନତା ରଥ ଜିଲ୍ଲା ପରିକ୍ରମା କରିବା ପାଇଁ ଶୁଭାରମ୍ଭ

କଳାହାଣ୍ଡି ( ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ ): ଏକ ସୁସ୍ଥ ସୁନ୍ଦର ସମାଜ ଗଠନ କରିବା ଦିଗରେ ନିଶା ଏକ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ନିଶା ଭଲି ଏକ କୁ ଅଭ୍ୟାସ ରୁ ବିଶେଷ କରି ଯୁବପିଢ଼ି ଙ୍କ ମଧ୍ୟରେ ନିଶା ସେବନ ର କୁ ପରିଣାମ ସମ୍ପର୍କରେ ସଚେତନତା ସୃଷ୍ଟି କରି ଜାଗ୍ରତ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରେ ଆଜି ଜିଲ୍ଲା ଅବକାରୀ ବିଭାଗ ତରଫରୁ ନିଶା ନିବାରଣ ସଚେତନତା ରଥ “,ଆମ ସଂକଳ୍ପ ନିଶା ନୂହେଁ ଜୀବନ” ସଚେତନତା ରଥ କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ମଧ୍ୟରୁ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ନିଶା ମୁକ୍ତ ସମାଜ, ଜିଲ୍ଲା ଗଠନରେ ସମସ୍ତେ ସଚେତନ ହୋଇ ସହଯୋଗ କରିବା ପାଇଁ ଜିଲ୍ଲା ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ। ଏହି ସଚେତନତା ରଥ ଜିଲ୍ଲା ର ସମସ୍ତ ବ୍ଲକ, ପଞ୍ଚାୟତ ପରିକ୍ରମା କରି ଜନସଚେତନତା ସୃଷ୍ଟି କରିବ।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ,ପ୍ରବେଶନ ରେ ଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଅନିମେସ ପ୍ରଧାନ, ଜିଲ୍ଲା ଅବକାରୀ ଅଧିକ୍ଷକ ରଞ୍ଜନ କୁମାର ନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ହଳଧର ନିଆଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପ ସିଂ ରାଉତ ଙ୍କସମେତ ଜିଲ୍ଲା ଅବକାରୀ ବିଭାଗ ର ଅଧିକାରୀ,କର୍ମଚାରୀ ପ୍ରମୂଖ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *