
ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ବାଗଦେବୀ ରୋଡ ସ୍ଥିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ଗୁରୁବାର ସନ୍ଧ୍ୟାରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୫୦୦ ମହିଳା ଏହି କଳସ ଯାତ୍ରା ରେ ଯୋଗ ଦେଇଥିଲେ । ଗୁରୁବାର ସନ୍ଧ୍ୟା ୫ ଟା ସମୟରେ ଡିହପଢ଼ାଳ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରୁ ବରଙ୍ଗ କେନାଲ ରୁ ପାଣି ଗ୍ରହଣ କରାଯାଇଥିଲା। ଉକ୍ତ ସ୍ଥାନରେ ପୂଜା ଅର୍ଚ୍ଚନା କରାଯାଇ ପାଣି ଅଣାଯାଇଥିଲା । ବିଭିନ୍ନ ସ୍ୱେଚ୍ଛାସେବୀ ଏଥିରେ ସହଯୋଗ କରିଥିଲେ । ନିଜେ ଭଞ୍ଜନଗର ବିଧାୟକ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଙ୍କ ହୁଳହୁଳି ପରିବେଶକୁ ଆଧ୍ୟାତ୍ମିକ କରୁଥିଲା । ଘଣ୍ଟ , ଢୋଲ ସହ ଆତସବାଜି ପରିବେଶକୁ ଆହୁରି ଉନ୍ମାଦ ପୂର୍ଣ୍ଣ କରିଦେଉଥିଲା । କଳସ ଯାତ୍ରା ଦେଖିବା ପାଇଁ ବହୁ ଶ୍ରଦ୍ଧାଳୁଙ୍କ ସଙ୍ଗମ ହୋଇଥିଲା । କର୍ତ୍ତା ରୂପରେ ଭଞ୍ଜନଗର ର ବ୍ୟବସାୟୀ ଅମ୍ବିକା କୁମାର ଶତପଥୀ ଏବଂ ତାଙ୍କ ପତ୍ନୀ ତଥା ଆଇନଜୀବୀ ସ୍ନିଗ୍ଧା ଦାଶ ଏହି କାର୍ଯ୍ୟ ରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପ୍ରମୋଦ ଦଳବେହେରା, ସୁବାସ ପ୍ରଧାନ, ଶିବପ୍ରସାଦ ମହାପାତ୍ର, ମନୋଜ ଗୌଡ଼, କଳ୍ପତରୁ ନାୟକ, ସୁଧୀର ବେହେରା, ବିଷ୍ଣୁ ପ୍ରସାଦ ପ୍ରଧାନ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ତଦାରଖ କରୁଥିଲେ । ବିପଦର ବନ୍ଧୁ ସଂଗଠନ ଓ ହନୁମାନ ଜୟନ୍ତୀ ସ୍ୱେଚ୍ଛାସେବୀ ସଂଘ ପକ୍ଷରୁ ବହୁ ସ୍ୱେଚ୍ଛାସେବୀ ଯାନବାହାନ ନିୟନ୍ତ୍ରଣ ଠାରୁ ଆରମ୍ଭ କରି ଶାନ୍ତି ଶୃଙ୍ଖଳା ରକ୍ଷା ଓ ପ୍ରସାଦ ବଣ୍ଟନ କାର୍ଯ୍ୟକ୍ରମରେ ନିୟୋଜିତ ଥିଲେ । ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ଶାନ୍ତିଶୃଙ୍ଖଳା ଦାୟିତ୍ୱରେ ସହଯୋଗ କରିବା ସହ କାର୍ଯ୍ୟାଳୟରେ ସହଯୋଗ କରିଥିଲେ । ପୁଲିସ ପ୍ରଶାସନ ଦ୍ବାରା ଭିଡ଼ ନିୟନ୍ତ୍ରଣ କରାଯାଉଥିଲା । ଭଞ୍ଜନଗର ଥାନା ଏସଆଇ ସମୀର ସେଠୀ ନିଜେ ଯାନବାହାନ ନିୟନ୍ତ୍ରଣରେ ସହଯୋଗ କରୁଥିଲେ ।