ଭଞ୍ଜନଗର ଅବକାରୀ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ) : ଗୁରୁବାର ପୂର୍ବାହ୍ନ ରେ ଭଞ୍ଜନଗର ଅବକାରୀ ବିଭାଗ କାର୍ଯ୍ୟାଳୟ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଯାଇଛି । ଏଥିରେ ଭଞ୍ଜନଗର ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାର, ଉତ୍ତର ଘୁମୁସର ବନଖଣ୍ଡ ସହାୟକ ବନ ସଂରକ୍ଷକ ବିବେକ ଦାସ, ରେଞ୍ଜ ଅଫିସର ପୃଥ୍ୱୀରାଜ ପ୍ରଧାନ, ଅବକାରୀ ଥାନା ଇନ୍ସପେକ୍ଟର ଡମ୍ବରୁଧର ହରିଜନ, ଭଞ୍ଜନଗର ଥାନା ଏସଆଇ ସମୀର ସେଠୀ, ଭଞ୍ଜନଗର ଅବକାରୀ ଥାନା ଓଆଇସି ଅଲିଭା ମାଝୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଡ଼ିଶା ସରକାରଙ୍କ “ଆମ ସଂକଳ୍ପ ନିଶା ନୁହେଁ ଜୀବନ” ଅଧୀନରେ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଛି ।

Leave a Reply

Your email address will not be published. Required fields are marked *