ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନର ବିକାଶ ଲାଗି ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି : ମୁଖ୍ୟମନ୍ତ୍ରୀ

ଛତ୍ରପୁର(ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲାରେ ଶିଳ୍ପାୟନର ବିକାଶ ଲାଗି ରାଜ୍ୟ ସରକାର ଐତିହାସିକ ପଦକ୍ଷେପ ନେଇଛନ୍ତି । ଜିଲ୍ଲାରେ ପ୍ରାୟ ୨୮ ହଜାର କୋଟି ଟଙ୍କା ବ୍ୟୟରେ ୧୨ ଟି ଶିଳ୍ପ ପ୍ରକଳ୍ପ ନିର୍ମାଣ ହେବ। ପ୍ରାୟ ୧୫ ଲକ୍ଷ କର୍ମଚାରୀ ନିଯୁକ୍ତି ହେବେ।ଏନେଇ ଗୁରୁବାର ଛତ୍ରପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଗଞ୍ଜାମ ଜିଲ୍ଲା ଛତ୍ରପୁର, ବଡ଼ ଆର୍ଯ୍ୟପଲ୍ଲୀ, ବୁଗୁଡ଼ା, ଗୋପାଳପୁର ଓ ଟାଟା ଏସ ଇ ଜେଡ ପରିସରରେ ଓସି ଅର ଏନର୍ଜି ପ୍ରାଇଭେଟ ଲିମିଟେଡ଼, ପେଟ୍ରୋନେଟ ଏଲ ଏନ ଜି ଲିମିଟେଡ଼, ୟୁପିଏଲ ଲିମିଟେଡ଼, ଏଚ ଏଚ ଭି ଫାଇଭ ପ୍ରାଇଭେଟ ଲିମିଟେଡ଼, ସ୍ବାତଭିକ ସୋଲାର ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼, ୱାର୍ଲଡ ଗ୍ରୀନ ଏନର୍ଜି ପ୍ରାଇଭେଟ ଲିମିଟେଡ଼, ଜିଓ ଇମପେକ୍ସ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼, ତାରାସିଂଙ୍ଗ ଡିଷ୍ଟି ଲିଅର ପ୍ରାଇଭେଟ ଲିମିଟେଡ଼, ଓଡିଶା ମନୋଲିଥିକ୍ସ, କ୍ରୋକୋଟ ଇଣ୍ଡଷ୍ଟ୍ରି ପ୍ରାଇଭେଟ ଲିମିଟେଡ଼, ଜେଏସଆର ଗ୍ରୀନେକ୍ସ, ଲାଇନର୍ସ ଅର୍ଥ ସର୍ଜିକାଲ ପ୍ରାଇଭେଟ ଲିମିଟେଡ଼ ଭଳି କମ୍ପାନିର ଭିତ୍ତି ପ୍ରସ୍ତର ସ୍ଥାପନ ମୁଖ୍ୟମନ୍ତ୍ରୀ କରିଛନ୍ତି।ବାଣିଜ୍ୟ, ପରିବହନ ଓ ଖଣି ଇସ୍ପାତ ବିଭାଗୀୟ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ଏମଏସଏମଇ ବିଭାଗୀୟ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ ପାଣିଗ୍ରାହୀ, ଆସ୍କା ସାଂସଦ ଅନିତା ସୁଭଦର୍ଶିନୀ, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ରଙ୍କ ସମେତ ବହୁ ବିଧାୟକ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ବ୍ରହ୍ମପୁର ସାଂସଦ ଡ଼. ପ୍ରଦୀପ କୁମାର ପାଣିଗ୍ରାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରମ୍ଭା ଉଚ୍ଚ ବିଦ୍ୟାଳୟ ପରିସରରେ ୪୧ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ କରିଥିଲେ ।

Leave a Reply

Your email address will not be published. Required fields are marked *