ଭଞ୍ଜନଗର : କଇଁଣ୍ଡି ଅଞ୍ଚଳ କାଳଞ୍ଜି ସମାଜର ପ୍ରତିଭା ସଂମ୍ମାନ ଉତ୍ସବ

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସ୍ଥାନୀୟ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜ, କଇଁଣ୍ଡି ଆଞ୍ଚଳିକ ପରିଷଦ ତରଫରୁ ସଭାପତି ଜଗବନ୍ଧୁ ଜେନାଙ୍କ ସଭାପତିତ୍ୱରେ ଚଳିତ ବର୍ଷ ସମାଜର ମାଟ୍ରିକ ଓ ଯୁକ୍ତଦୁଇର କୃତିସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ “ପ୍ରତିଭା ସଂମ୍ମାନ ୨୦୨୫ “ରେ ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟଅତିଥି ଏବଂ ଅତିଥିଭାବେ ଅବସରପ୍ରାପ୍ତ ଓଡିଶା ପ୍ରଶାସନିକ ଅଧିକାରୀ ପ୍ରମୋଦ କୁମାର ଦଳବେହେରା, କେନ୍ଦ୍ର ସଭାପତି ସନ୍ତୋଷ କୁମାର ଜେନା, ସମ୍ପାଦକ ନୀଳାଞ୍ଚଳ ପୋଲେଇ, ଉପସଭାପତି ବୃନ୍ଦାବନ ଖଟେଇ, କୋଷାଧ୍ୟକ୍ଷ ବିଭୂତି ଭୂଷଣ ଜେନା, ଅଞ୍ଚଳ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ଶିବରାମ ପ୍ରଧାନ, ଶ୍ୟାମ ସୁନ୍ଦର ରଣସିଂହ, ପ୍ରଫୁଲ୍ଲ କୁମାର ମଳିକ, ବାଳକୃଷ୍ଣ ପୋଲାଈ ମଂଚାସୀନ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସlହିତ କରିଥିଲେ l କୋଷାଧକ୍ଷ ବିଭୂତି ଭୂଷଣ ଜେନା ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସମ୍ପାଦକ ସୁବାସ ଚନ୍ଦ୍ର ତାରିଣୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ମୁଖ୍ୟଅତିଥିଙ୍କ ସମେତ ସମସ୍ତ ଅତିଥି ସ୍ନାତକରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରୁ ସପ୍ତମ ସ୍ଥାନରେ ସୁଶ୍ରୀ ଅର୍ପିତାରାଣୀ ବିଷୋୟୀ କୃତିତ୍ୱର ସହିତ ଗଣିତରେ ଉତ୍ତିନ୍ନହୋଇ ସମାଜର ଗର୍ବ, ଗୌରବକୁ ବଢ଼ାଇଥିବା ଯୋଗୁଁ ପ୍ରଶଂସପତ୍ର ସହ ପୁରସ୍କୃତ କରାଯାଇଥିଲା l ସମାଜର ଉଲ୍ଲେଖ ନୀୟ ଅବଦାନ ପାଇଁ ବରିଷ୍ଠ କର୍ମକର୍ତା କାଳିଚରଣ ନାୟକ ଓ ସୀତାରାମ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସୁବାସ ଚନ୍ଦ୍ର ବିଷୋୟୀଙ୍କ ପୁତ୍ର ସ୍ବର୍ଗତ ରଶ୍ମି ରଞ୍ଜନ ବିଷୋୟୀଙ୍କ ସ୍ମୁତି ଉଦ୍ଦେଶ୍ୟ ରେ ମାଟ୍ରିକ, ଯୁକ୍ତଦୁଇର ପ୍ରଥମ ଛଅ ଜଣଙ୍କୁ ଏବଂ ସ୍ୱାଧୀନତା ସଂଗ୍ରାମୀ ତଥା ଆଜାଦହିନ୍ଦ ଫୌଜର ସ୍ୱର୍ଗତ ଲିଙ୍ଗରାଜ ତାରିଣୀଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ସୁପୁତ୍ର ସୁବାସ ଚନ୍ଦ୍ର ତାରିଣୀ ତିନିଜଣଙ୍କୁ ଶିକ୍ଷା ସ୍ମୃତି ସଂମ୍ମାନ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମ ରେ ସମ୍ପୂର୍ଣ୍ଣ ସହଯୋଗ, ସମାଜସେବା, ସମାଜର ସାଙ୍ଗଠନିକ କାର୍ଯ୍ୟ ପାଇଁ କାଂହୁ ଚରଣ ଭୂୟାଁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏଥିରେ ମାଟ୍ରିକ, ଯୁକ୍ତଦୁଇରୁ ଦୁଇଶହ ଛାତ୍ରଛାତ୍ରୀଙ୍କୁସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଭାଗ୍ୟଶାଳୀ ବିଜେତା କାର୍ଯ୍ୟକ୍ରମ କରାଯାଇ ଭାଗ୍ୟଶାଳୀ ଛାତ୍ରଛାତ୍ରୀ, ଅଭିଭାବକ, କର୍ମକର୍ତା, ସମାଜଭାଇ ଙ୍କୁ ପୁରସ୍କୃତ କରାଯାଇଥିଲା l ଶେଷରେ କବିରାଜ ପୋଲେଇ ଧନ୍ୟବାଦ ପ୍ରଦାନ କରିଥିଲେ lଗଞ୍ଜାମ ଜିଲ୍ଲା ପ୍ରତିନିଧି ଅମରେନ୍ଦ୍ର କୁମାର ପଟ୍ଟନାୟକ ଓଡିଶା ଟୁଡ଼େ ।

Leave a Reply

Your email address will not be published. Required fields are marked *