
ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସୁର ବନଖଣ୍ଡର ବନପାଳ ଏବଂ ସେକ୍ସନ ଅଫିସର କଳାବଦନ ଦାସ ଜଙ୍ଗଲ ଏବଂ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ନିଜର ଉତ୍ସର୍ଗୀକୃତ ଯୋଗଦାନ ଦେଇଛନ୍ତି ।ବୃକ୍ଷରୋପଣ ଏବଂ ଶିକାର ବିରୋଧୀ ଅଭିଯାନର ନେତୃତ୍ୱ ନେବାଠାରୁ ଆରମ୍ଭ କରି ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପର୍ଯ୍ୟନ୍ତ ତାଙ୍କର ପ୍ରତ୍ୟେକ ପ୍ରୟାସ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ସଫଳତା ଆଣି ଦେଇଛି । ଫେବୃଆରୀ ୨୦୨୫ ରେ ଅଗ୍ନି ନିୟନ୍ତ୍ରଣ ଅଭିଯାନର ନେତୃତ୍ୱ ନେବା ସମୟରେ ଭାଲୁ ଆକ୍ରମଣରେ ସେ ଗୁରୁତର ଆହତ ହୋଇଥିଲେ ମଧ୍ୟ ସେ ସାହସ ଏବଂ ପ୍ରତିବଦ୍ଧତାର ସହିତ ତାଙ୍କ କାର୍ଯ୍ୟ ଜାରି ରଖିଛନ୍ତି। ଦୃଢ଼ ନେତୃତ୍ୱ ଏବଂ ଅକ୍ଳାନ୍ତ ସେବା ମାଧ୍ୟମରେ ଶ୍ରୀ ଦାସ ସମସ୍ତଙ୍କୁ ପ୍ରକୃତିର ସୁରକ୍ଷା କରିବା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ ପ୍ରୟାସକୁ ସମର୍ଥନ କରିବା ପାଇଁ ପ୍ରେରଣା ଦେଇଥିବାରୁ ବନ ବିଭାଗ ପକ୍ଷରୁ ତାଙ୍କୁ ସବୁଜ ଯୋଦ୍ଧା ଭାବେ ଅଭିହିତ କରାଯାଇଛି ।