ଜଗନ୍ନାଥ ପ୍ରସାଦ: ଅଢେ଼ଇ ଗାଁ ସରପଞ୍ଚ ଙ୍କ ନିଆରା ପ୍ରୟାସ -ପଞ୍ଚାୟତ ରେ ମାଗଣା କମ୍ପ୍ୟୁଟର ଶିକ୍ଷା ଵ୍ୟଵସ୍ଥା

ଜଗନ୍ନାଥପ୍ରସାଦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଜଗନ୍ନାଥପ୍ରସାଦ ବ୍ଲକ ଅଢେ଼ଇ ଗାଁ ପଞ୍ଚାୟତ ରେ କମ୍ପ୍ୟୁଟର ଶିକ୍ଷା ପାଇଁ ନିଆରା ପ୍ରୟାସ କରିଛନ୍ତି ସରପଞ୍ଚ ଲକ୍ଷ୍ମୀକାନ୍ତ ବିଷୋୟୀ । ପଞ୍ଚୟତ ପକ୍ଷରୁ ୬ଟି କମ୍ପ୍ୟୁଟର ରଖାଯିବା ସହ ଜଣେ ଶିକ୍ଷକ ଙ୍କୁ ନିଯୁକ୍ତି କରାଯାଇଛି । ପଂଚାୟତ ର ବିଭିନ୍ନ ଗ୍ରାମରୁ ଯୁବକ ଯୁବତୀ ଙ୍କ ସହିତ ମହିଳା ମାନେ ମାଗଣାରେ କିଭଳି କମ୍ପ୍ୟୁଟର ଶିକ୍ଷା ଲାଭ କରିପାରିବେ ସେହି ଉଧ୍ୟେସ୍ୟ ରେ ପଞ୍ଚାୟତ ର ରାଜୀବ ସେବା କେନ୍ଦ୍ର ରେ ଲମ୍ବା ଲାଇନ ରେ ସଜାଇ ରଖାଯାଇଛି କମ୍ପ୍ୟୁଟର ଗୁଡିକ । କିଶୋରୀ ଓ ମହିଳା ଏବଂ ଯୁବକ ମାନେ ପର୍ଯ୍ୟାୟ କ୍ରମେ ଆସୁଛନ୍ତି କମ୍ୟୁଟର ଚାଳନା ଶିକ୍ଷା କରୁଛନ୍ତି ଆଜିକାଲି ଯିଏ କମ୍ୟୁଟର ଚାଳନା ଜାଣିନାହିଁ ସେ ନିରକ୍ଷର କହିଲେ କୌଣସି ତ୍ରୁଟି ହେବନାହିଁ । ଏଣୁ ଗାଁ ଗହଳିର ଲୋକମାନେ କିଭଳି କମ୍ୟୁଟର ଉପରେ ସାଧାରଣ ଜ୍ଞାନ ଆହରଣ କରିବେ ସେହି ଆଶା ନେଇ ଏଭଳି ଵ୍ୟଵସ୍ଥା କରାଯାଇଥିବା ସରପଞ୍ଚ ପ୍ରକାଶ କରିଛନ୍ତି । ଭଂଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଏହାକୁ ଉଦଘାଟନ କରିଛନ୍ତି । ପ୍ରତିଦିନ ସକାଳ ୭ରୁ କ୍ଳାସ ଆରମ୍ଭ ହେଉଛି । ପ୍ରତି ଦଳ ଏକ ଘଂଟା ଲେଖାଏଁ ମାଗଣା ରେ ଆସି କମ୍ୟୁଟର ଶିକ୍ଷା ଗ୍ରହଣ କରୁଛନ୍ତି । ଗାଁ ର କିଶୋରୀ ମାନେ ନିଜ ପଞ୍ଚାୟତ ରେ ଏଭଳି କମ୍ପ୍ୟୁଟର ଶିକ୍ଷା ର ସୁଯୋଗ ପାଇ ଖୁବ ଖୁସି ପ୍ରକଟ କରିଛନ୍ତି । ଏଭଳି ପଦକ୍ଷେପ କୁ ସବୁଠି ସ୍ୱାଗତ କରାଯାଇଛି ।

Leave a Reply

Your email address will not be published. Required fields are marked *