କଳାହାଣ୍ଡି : ସହଯୋଗ ର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

କଳାହାଣ୍ଡି (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ): ଜଙ୍ଗଲ ପାହାଡ ଘେରା କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ କୁମଖାଲ ପଞ୍ଚାୟତ ଅନ୍ତର୍ଗତ ଟିମନଭାଡି ଗାଁ ର ଦିନ ମଜୁରିଆ ପରିବାରର ପୁଅ ସୁରଜ ନାଗ ମାଟ୍ରିକ ପରୀକ୍ଷାରେ ଲାଞ୍ଜିଗଡ଼ ବ୍ଳକ ଟପର ହୋଇଛନ୍ତି କିନ୍ତୁ ଦୁଃଖର କଥା ପରିବାରର ଆର୍ଥିକ ସ୍ଥିତି ଅତି ଦୟନୀୟ ଥିବା ହେତୁ ମାଟ୍ରିକ ପରୀକ୍ଷା ସାରିଲା ପରେ ସୁରଜ ନାଗ କେରଳକୁ ଦାଦନ ଖଟି ବାକୁ ଯାଇଥିଲେ ମିଡିଆରୁ ଏହି ଖବର ହସ୍ତଗତ ହେଲା ପରେ ପୁଅର ପରିବାର ସହ ଯୋଗାଯୋଗ କରି ପୁଅକୁ କେରଳରୁ ଡାକିବାକୁ କୁହାଯାଇଥିଲା ,,ପୁଅ ସୋମବାର ଘରକୁ ଆସିଲା ପରେ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନର ଏକ ଟିମ ସଭାପତି ଧନଞ୍ଜୟ ଦୀପ୍ , କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା, ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ,,କେସିଙ୍ଗା ସଭାପତି ବିଷ୍ନୁ ମଙ୍ଗରାଜ ପୁଅ ଘରକୁ ଯାଇଥିଲେ ,,,ଅତ୍ୟନ୍ତ ଗୌରବର କଥା ଜଙ୍ଗଲ ପାହାଡ ଘେରା ଗାଁ ବାପା ମାଆ ଦିନ ମଜୁରିଆ ପାଞ୍ଚଟି ପୁଅ ଝିଅ ସେହି ଭିତରୁ ଦୁଇଟି ଝିଅ ଗୋଟିଏ ପୁଅ ମେଧାବୀ ଛାତ୍ରଛାତ୍ରୀ,,ପଦ୍ମତୁଲା ନାଗ +2 ବିଜ୍ଞାନ ରେ ୭୦% ପାଇ +3 ରାୟଗଡା ମହାବିଦ୍ୟାଳୟରେ ପଢୁଛି,, ସବିତା ନାଗ +2 ବିଜ୍ଞାନ ରେ ୬୦% ପାଇ ଆର୍ଥିକ ଅଭାବରୁ ପଢିପାରୁନାହିଁ,,ଛୋଟ ପୁଅ ସୁରଜ ନାଗ ମାଟ୍ରିକରେ ଲାଞ୍ଜିଗଡ଼ ବ୍ଳକ ଟପର,,,ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ପୁଅ ଝିଅ ଦୁଇ ଜଣ ଙ୍କ ସମ୍ପୂର୍ଣ୍ଣ ପାଠପଢ଼ାଇବା ଖର୍ଚ୍ଚ ବୁଝିବା ନିଷ୍ପତ୍ତି ନେଇଛି,,,ଦିନ ମଜୁରିଆ ପରିବାର ରହିବାକୁ ଠିକ୍ ସେ ଘର ଗୋଟିଏ ନାହିଁ, ପଢିବା ପାଇଁ ବିଜୁଳି ନାହିଁ ,ଜମିବାଡି ନ ଥିବା ସଙ୍ଗେ ସରି,,ତଥାପି ଶିକ୍ଷା ର ମହତ୍ତ୍ୱ ବୁଝି ପାଠ ପଢୁଥିବା ଏହି ପରିବାର ମାନବ ସମାଜର ଉଦାହରଣ ହୋଇ ରହିବ ।

Leave a Reply

Your email address will not be published. Required fields are marked *