ଗଜପତି : ମୋହନା ରେ ବ୍ଲକ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ଅନୁଷ୍ଠିତ

ମୋହନା (ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ, ଗଜପତି ଜିଲ୍ଲା ପ୍ରତିନିଧି): ଗଜପତି ଜିଲ୍ଲା ମୋହନା ବ୍ଲକ ସ୍ତରୀୟ ବିଜେଡି କର୍ମୀ ସମ୍ମିଳନୀ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କର୍ମୀ ସମ୍ମିଳନୀ ରେ ବିଜେଡି ର ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ ପାଣିଗ୍ରାହୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ, ଗଞ୍ଜାମ ଜିଲ୍ଲା ର ବରିଷ୍ଟ ବିଜେଡି ନେତା ସୁବାଷ ମହାରଣା, କୈଳାସ ରଣା, ରଞ୍ଜନ ପଲେଇ, ମୋହନା ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର, ଉପାଧ୍ୟକ୍ଷ ବାଲ୍ମିନା ଅଧିକାରୀ, ମୋହନା ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ର ମଲ୍ଲିକ, ଅଭୟ ପରିଚ୍ଛା, ଝୁମୁରୀ ବୀର ଙ୍କ ସମେତ ମୋହନା ବ୍ଲକ ଅନ୍ତର୍ଗତ ୩୯ ଟି ଗ୍ରାମ ପଞ୍ଚାୟତ ରୁ ଆସିଥିବା ଶତାଧିକ ବିଜେଡି କର୍ମୀଙ୍କ ସମେତ ଦଳୀୟ ସରପଞ୍ଚ, ସମିତି ସଭ୍ୟ ସଭ୍ୟା, ୱାର୍ଡ ମେମ୍ବର ଙ୍କ ସହିତ ବରିଷ୍ଟ ସ୍ଥାନୀୟ ବିଜେଡି ନେତା ମାନେ ଉପସ୍ଥିତ ରହି ମୋହନ ସରକାର ଙ୍କ କିପରି ଲୋକଙ୍କୁ ମିଛ କହି ଭୋଟ ନେଇ ସରକାର କରିଛି ତାହା ଲୋକଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଆଲୋଚନା କରିବା ସଙ୍ଗେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ୨୪ ବର୍ଷ ଓଡ଼ିଶାରେ କିପରି ଲୋକଙ୍କ ସେବା କରିଥିଲେ ତାହା ଲୋକଙ୍କୁ ବୁଝାଇବାକୁ ଉପସ୍ଥିତ କର୍ମୀ ଙ୍କୁ କହିଥିଲେ। ନବୀନ ପଟ୍ଟନାୟକ ଓଡ଼ିଶା ଶାସନ ଛାଡ଼ିଲା ବେଳକୁ ୪୦ ହଜାର କୋଟି ବ୍ୟାଙ୍କ ରେ ଛାଡ଼ି ଆସିଥିଲେ କିନ୍ତୁ ମୋହନ ସରକାର ଆଜିର ଦିନରେ ଶାସନ କ୍ଷମତାକୁ ଆସି ଏକ ବର୍ଷ ମଧ୍ୟରେ ୯୧ ହଜାର କୋଟି ଋଣ କରି ଶାସନ କରୁଥିବା ପ୍ରକାଶ କରିଥିଲେ। ଉପସ୍ଥିତ ନେତା ମାନେ ପ୍ରକାଶ କରିଛନ୍ତି କି ଏହି ସରକାର ଡବଲ ଇଞ୍ଜିନ ସରକାର କହୁଥିଲା ବେଳେ ଲୋକଙ୍କୁ ଡବଲ ଧକ୍କା ଦେଇଛି ବୋଲି ବକ୍ତବ୍ୟ ରେ କହିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ରେ ସ୍ଥାନୀୟ ନେତା ମାନେ ଗାଁ ଗାଁ ବୁଲି ଲୋକଙ୍କ ପାଖରେ ବିଜେଡି ର କାର୍ଯ୍ୟକ୍ରମ ପହଞ୍ଚାଇ ଲୋକଙ୍କ ନିକଟତର ହେବାକୁ ନେତା ମାନେ ଉପଦେଶ ଦେଇଥିଲେ। ଏହି କର୍ମୀ ସମ୍ମିଳନୀ ରେ ଶହ ଶହ କର୍ମୀ ଓ ନେତାମାନେ ଉପସ୍ଥିତ ରହି ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଆନ୍ଦୋଳନ କରିବା ନିମନ୍ତେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *