ଭଞ୍ଜନଗର : ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ମେଡିକାଲ ରେ ଟିମ୍

ଭଞ୍ଜନଗର ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗତ ମାର୍ଚ୍ଚ ୨୯ ତାରିଖରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଘଟିଥିବା ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ଟିକିନା ସାମଲ(୩୨) ଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିଛନ୍ତି ଗଞ୍ଜାମ ଏଡିପିଏଚଓ।ଏଡିପିଏଚଓ ଡ.ସରୋଜିନୀ ଦେବୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡ. ସୁଚିତ୍ରା ସାହୁ ବୁଧବାର ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି ଏହି ଘଟଣାର ତଦନ୍ତ କରିଛନ୍ତି। ଟିକିନାଙ୍କ ଚିକିତ୍ସା ସମୟରେ ନିୟୋଜିତ ଥିବା ମେଡିକାଲ ର ସମସ୍ତ ଡାକ୍ତର ଓ ନର୍ସଙ୍କ ସମେତ ମେଡିକାଲ କର୍ମଚାରୀ ଙ୍କୁ ଏବାବଦରେ ପଚରାଉଚରା କରିଥିଲା ଟିମ୍। କିଭଳି ଓ କେଉଁ ପରିସ୍ଥିତି ରେ ଟିକିନାଙ୍କ ମୃତ୍ୟୁ ଘଟିଥିଲା ସେବାବଦରେ ତଦନ୍ତକାରୀ ଟିମ୍ ବିସ୍ତୃତ ତଥ୍ୟ ସଂଗ୍ରହ କରିଛନ୍ତି। ସମସ୍ତ ତଥ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ପ୍ରଦାନ କରାଯିବ ବୋଲି ଏଡିପିଏଚଓ ଡ. ଦେବୀ କହିଛନ୍ତି।ସୁଚନାନୁସାରେ, ବେଲଗୁଣ୍ଠା ବ୍ଲକ ଉଢୁରା ଗ୍ରାମର ମିଲୁ ସାମଲଙ୍କ ପତ୍ନୀ ଟିକିନା ସାମଲ ଛଅ ମାସର ଗର୍ଭବତୀ ରହିଥିବା ବେଳେ ଗତ ମାର୍ଚ୍ଚ ୨୬ ତାରିଖ ଦିନ ଅସୁସ୍ଥ କାରଣରୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି ହୋଇଥିଲେ।ତାଙ୍କ ଶରୀର ରେ ରକ୍ତ ଅଭାବ ଥିବା ଦର୍ଶାଇ ଦୁଇ ୟୁନଟ୍ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ।ଏହା ପରେ ମିଲୁ ବନ୍ଧୁ ବାନ୍ଧବଙ୍କ ସହଯୋଗରେ ରକ୍ତ ଯୋଗାଡ କରି ରକ୍ତ ଦେଇଥିଲେ।ହେଲେ ଟିକିନା ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ଆସିବା ବଦଳରେ ଅବନତି ଦେଖା ଦେଇଥିଲା।ଟିକିନା ଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିବାରୁ ଅଧିକ ଚିକିତ୍ସା ପାଇଁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ କୁ ରେଫର କରିଥିଲେ।ସ୍ଥାନାନ୍ତର କରିବା ପୁର୍ବରୁ ସେହି ଦିନ ରାତିରେ ମେଡ଼ିକାଲ ମଧ୍ୟରେ ହିଁ ଟିକିନାଙ୍କ ପ୍ରାଣ ବାୟୁ ଉଡି ଯାଇଥିଲା। ଡାକ୍ତର ଙ୍କ ଚିକିତ୍ସା ଅବହେଳାରୁ ଟିକିନାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକ ଅଭିଯୋଗ କରିଥିଲେ। ବୁଧବାର ଏଡିପିଏଚଓଙ୍କ ନେତୃତ୍ୱରେ ଦୁଇ ଜଣିଆ ଡାକ୍ତରୀ ଦଳ ଏହି ଘଟଣାର ତଦନ୍ତ କରି ଫେରିଛନ୍ତି। ତଦନ୍ତ ସମୟରେ ମିଡିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥି ଙ୍କ ସମେତ ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *