ଚିଙ୍ଗୁଡ଼ିଖୋଲରୁ ୮ ଫୁଟିଆ ଅହିରାଜ ସାପ ଉଦ୍ଧାର

ବେଗୁନିଆପଡ଼ା ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଚିଙ୍ଗୁଡ଼ିଖୋଲରୁ ୮ ଫୁଟିଆ ଅହିରାଜ ସାପ ଉଦ୍ଧାର କରାଯାଇଛି । ବିଲ କାମରେ ଯାଇଥିବା ବେଳେ କିଛି ଲୋକ ବିଲ ହୁଡାରେ ସାପଟିକୁ ଦେଖିଥିଲେ । ଏହି ସମୟରେ ସାପକୁ ଦେଖି ଗାଁର ଅନ୍ୟ ଲୋକଙ୍କୁ ଜଣାଇଥିଲେ। ଖବର ପାଇ ବନ ବିଭାଗ ସହାୟତାରେ କୋଦଳା ସ୍ନେକ ହେଲପ ଲାଇନ ସଦସ୍ୟ ନବଘନ ସ୍ୱାଇଁ ଓ ରାଜା ଖାନ ପହଞ୍ଚି ଅହିରାଜ ସାପଟିକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଥିଲେ । ଉଦ୍ଧାର ସାପଟିର ଲମ୍ବ ପ୍ରାୟ ୮ ଫୁଟ ହେବ ।

Leave a Reply

Your email address will not be published. Required fields are marked *