ଯାଜପୁର : ଡବଲ ଇଞ୍ଜିନ ସରକାର ମିଛ ପ୍ରତିଶ୍ରୁତି ଦେଇ ଶାସନ କ୍ଷମତା ଆସିଚି; ସରକାରଙ୍କ ୧ବର୍ଷ ପୂର୍ତ୍ତୀ ପାଳନ କୁ ପ୍ରତିବାଦ ଦିବସ ଭାବେ ପାଳିଲେ, ଭର୍ତ୍ତା ସଂଘର୍ଷ ସମିତି

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି): ଗୁରୁବାର ଓଡିଶା ଭର୍ତ୍ତା ପ୍ରଦାନ ସଂଘର୍ଷ ସମିତି ଆହ୍ୱାନ ରେ ଡବଲ ଇଞ୍ଜିନ ସରକାର ଆଜି ୧ବର୍ଷ ପୂର୍ତ୍ତିପାଳନ କରୁଥିବା ବେଳେ ତାଙ୍କର ସଂକଳ୍ପ ପତ୍ର ଅନୁସାରେ ବିଦ୍ୟୁତ୍ ବିଲ ୩୦୦ ୟୁନିଟ ପର୍ଯ୍ୟନ୍ତ ଛାଡ଼ ସମେତ ବହୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାସନ କ୍ଷମତା କୁ ଆସିଛି । ଏ ଡବଲ ଇଞ୍ଜିନ ସରକାର ମିଛୁଆ ସରକାର ଲୋକ ମାନେ ଜାଣି ସାରଲେଣି । ମଧୁବାବୁ ପେନସନ ଧାରୀକୁ ୩ ହଜାର ଟଙ୍କା ଦେବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇନଥିବା କୁ ବିରୋଧ କରି ବିକ୍ଷୋଭ ୧୨ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ପ୍ରତିବାଦଦିବସ ଭାବେ ପାଳନ କରାଯିବ। ଠିକ ସେହିପରି ଗୁରୁବାର ସ୍ଥାନୀୟ ଗୋପବନ୍ଧୁ ଛକ ଠାରେ ରାଜ୍ୟ ସଭାପତି ବିଦ୍ୟାଧର ମହାନ୍ତିଙ୍କ ଅଧ୍ୟକ୍ଷତା ରେ ଏକ ପ୍ରତିବାଦସଭା ଅନୁଷ୍ଠିତ ହୋଇଥିଲା, ଏହି ସଭା ରେ ବରିଷ୍ଠ ନାଗରିକ ତଥା ଶ୍ରମିକ ନେତା ନାରାୟଣ ଚନ୍ଦ୍ର ନାୟକ, ନିରଞ୍ଜନ ପରିଡା, ଅଣସଂଗଠିତ ଶ୍ରମିକ କଂଗ୍ରେସ ଅଧ୍ୟକ୍ଷ ପଦ୍ମନାଭ ନାୟକ ମଧୁସୂଦନ ରାଉତ ପ୍ରମୁଖ ମୋହନ ସରକାର ଗରିବ ଲୋକଙ୍କ ସରକାର କହି ସାଧାରଣ ହିତାଧିକାରୀ ମାନଙ୍କୁ ପ୍ରତି ବୈମାତୃକ ମନୋଭାବ କୁ ଦୃଢ଼ ସମାଲୋଚନା କରିଥିଲେ। ଗୁରୁବାର ଠାରୁ ବିଜେପି ସରକାର ୯ ଦିନ ଧରି ପାଳନ କରିବାକୁ ଥିବା ୧ବର୍ଷ ପୂର୍ତ୍ତି କୁ ରାଜ୍ୟ ଭର୍ତ୍ତା ପ୍ରଦାନ ସଂଘର୍ଷ ସମିତି ସବୁ ଜିଲ୍ଲା ରେ ଏହାକୁ ପ୍ରତିବାଦ ଦିବସ ଭାବେ ପାଳନ କରିବା ସହିତ ଆସନ୍ତା ୨୦ ରେ ପ୍ରଧାନମନ୍ତ୍ରୀ ଓଡିଶା କୁ ଆସିବା ପୂର୍ବରୁ ସମସ୍ତ ପାଇଁ ୩ ହଜାର ଭତ୍ତା ଘୋଷଣା ନ କଲେ ସେହି ଦିନକୁ କଳାଦିବସ ଭାବେ ଭୁବନେଶ୍ୱର ର ଲୋୟର ପିଏମଜି ଠାରେ ପାଳନ କରାଯିବ ବୋଲି ଶ୍ରୀ ମହାନ୍ତି ଘୋଷଣା କରିଥିଲେ। ଶେଷରେ ବିଦ୍ୟାଧର ଜେନା ଧନ୍ୟବାଦ ପ୍ରସ୍ତାବ ରଖିଥିଲେ ।

Leave a Reply

Your email address will not be published. Required fields are marked *