
ଜଗନ୍ନାଥ ପ୍ରସାଦ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ରାଜ୍ଯ ଓ କେନ୍ଦ୍ର ସରକାର ବିକଶିତ ଗାଁ ବିକଶିତ ଓଡିଶା କାର୍ଯ୍ୟକ୍ରମ ମାଧ୍ୟମରେ ଅନେକ ଯୋଜନା କାର୍ଯ୍ୟକାରୀ କରି ବିକାଶ ର ସ୍ବପ୍ନ ଦେଖୁଥିବା ବେଳେ ଏଭଳି କିଛି ସରକାରୀ କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ ! ଲୋକଙ୍କ ପାଖରେ ପହଞ୍ଚି ପାରୁନି ସରକାରି ଯୋଜନା, ସରକାର ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ର ମେଳା କରାଜାଉ ଥିବାବେଳେ ବାଟ ହୁଡ଼ି ଚାଲିଛି ବିକାଶର ସ୍ବପ୍ନ,ଏହିଭଳି ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ରେ ଅନେକ ପଞ୍ଚାୟତର ଅସହାୟ ଗରିବ, ବିଧବା ଏବଂ ଦିବ୍ୟାଙ୍ଗ ମାନେ ଅନ୍ତର୍ଦୟ ଗୃହ ଯୋଜନା ରୁ ବାଦ ପଡିଥିବା ନେଇ ବିଡ଼ିଓ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି,କିଛି ପଞ୍ଚାୟତ ଅଧିକାରୀ ଙ୍କ ମନମୁଖୀ କାର୍ଯ୍ୟ ଯୋଙ୍ଗୁ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡୁଛନ୍ତି,ତେବେ ସରକାର ସିନା ବଦଳିଲେ ହେଲେ ଗରିବ ଅସହାୟ ,ବିଧବା,ଦିବ୍ଯାଙ୍ଗ ମାନଙ୍କ ମିଳିଲାନି ସହାୟତା ! କେବେ ବଦଳିବ ସରକାରୀ ବାବୁଙ୍କ କାର୍ଯ୍ୟ ଶୈଳୀ, କେବେ ପୂରଣ ହେବ ବିକାଶର ସ୍ବପ୍ନ ତାହା ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ସବୁରି ମହଲରେ ।