
କଳାହାଣ୍ଡି: (ପର୍ଶୁରାମ ସିନ୍ଦୁର, ଓଡିଶା ଟୁଡ଼େ) ମଧ୍ଯପ୍ରଦେଶ ଗୋଆଲିୟର ହାଇକୋର୍ଟର ସର୍ବ ସମ୍ମତି କ୍ରମେ ହାଇକୋର୍ଟ ପରିସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ଥିଲା,, କିଛି ଅସାମାଜିକ ଆଇନଜୀବୀଙ୍କ ବିରୋଧ ଯୋଗୁଁ ପ୍ରତିମୂର୍ତ୍ତି ସ୍ଥାପନକୁ ସ୍ଥଗିତ ରଖାଯାଇଛି,,ଏକ ମାସରୁ ଉର୍ଦ୍ଧ୍ବ ହେଲାଣି ବିବାଦ ବଢିବାରେ ଲାଗିଛି,,,ଭାରତ ଗୋଟିଏ ଶାନ୍ତି ପ୍ରିୟ ଦେଶ ଭାଇ ଚାରାର ଦେଶରେ ଲାଗୀ ରହିଥିବା ଏହି ବିବାଦରେ ହସ୍ତକ୍ଷେପ କରି ଯଥାଶୀଘ୍ର ସମାଧାନ କରି ମାନବ ସମାଜର ତ୍ରାଣକର୍ତ୍ତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିବା ଦାବିରେ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଛି ଉପସ୍ଥିତ ଥିଲେ ସଂଗଠନର ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ ଉପସଭାପତି ଲୋକନାଥ ନାଗ କେସିଙ୍ଗା ସଭାପତି ଯୁଧିଷ୍ଠିର ଭଗତ ଏହିଭଳି ଅନେକ କର୍ମକର୍ତ୍ତା ।