ନବ ଦାସଙ୍କ ୧୯ ସମ୍ପତ୍ତି ଥିବା ସ୍ଥାନରେ ଆୟକର ଚଢ଼ଉ

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ଘରେ ଗୁରୁବାର ଭୋରରୁ ଆୟକର ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ତାଙ୍କର ୧୯ଟି ସମ୍ପତ୍ତି ଥିବା ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି। ଆୟକର ବିଭାଗ ପକ୍ଷରୁ ଆୟକର ଫାଙ୍କିବା ଅଭିଯୋଗରେ ଭୋର୍ ୫ଟାରୁ ଏହି ଚଢ଼ାଉ କରାଯାଇଛି।ସୂଚନା ଅନୁଯାୟୀ, ସମ୍ବଲପୁର, ଝାରସୁଗୁଡା, ଭୁବନେଶ୍ୱର ଏବଂ ଦିଲ୍ଲୀର ୧୯ଟି ସ୍ଥାନରେ ଆଇଟି ଚଢାଉ କରାଯାଇଛି ।

ଆୟକର ପୈଠ କରିବାରେ ବିଫଳ ହେବା ଅଭିଯୋଗରେ ଆଇଟି ଅଧିକାରୀମାନେ ଏକକାଳୀନ ଚଢାଉ କରଯାଇଛି। କିଛି ଦିନ ପୂର୍ବେ ତାଙ୍କ ଭାଇଙ୍କ ଘରେ ଆଇଟି ଚଢାଉ କରାଯାଇଥିଲା।ଚଢ଼ଉରେ ୧୮୦ ଅଧିକାରୀ ସାମିଲ ଅଛନ୍ତି। ୧୨୦ ଆଇଟି ଅଫିସର, ୪୦ ସିଆରପିଏଫ କର୍ମଚାରୀ ଚଢ଼ଉ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଚଢ଼ଉରେ ୬୦ ଗାଡ଼ି ସାଇଣ୍ଟିକ ଟିମ ମଧ୍ୟ ରହିଛନ୍ତି ।

Leave a Reply

Your email address will not be published. Required fields are marked *