ଘୁ. ନୂଆଗାଁ ଗ୍ରାମ ସଡ଼କ ଅବସ୍ଥା ଶୋଚନୀୟ; ସୁଧୁରିବ କେବେ ?

ବେଲଗୁଣ୍ଠା (ବିନାୟକ ଗୌଡ଼, ଓଡ଼ିଶା ଟୁଡେ): ସୋରଡା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ଘୁ. ନୂଆଗାଁ ଗ୍ରାମ ଦେଇ ଯାଇଥିବା ରାସ୍ତା ଟି ଅତ୍ୟନ୍ତ କଦର୍ଯ୍ୟ ହୋଇଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହି ରାସ୍ତା ଭଞ୍ଜନଗର – ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ ସଂଯୋଗ କରେ । ଏହି ରାସ୍ତା ଉପରେ ଘୁ. ନୂଆଗାଁ ସହିତ ମହୁଲିଆ, ଉସ୍ତିଆ, ଭେରେଡା, କଣ୍ଟାଡୋର ଏବଂ ହରିପୁର ସହ ପାଖାପାଖି ୧୦ ଟି ଗ୍ରାମର ଲୋକେ ଯା ଆସ କରିବାକୁ ବ୍ୟବହାର କରିଥାନ୍ତି । ଘୁ. ନୂଆଗାଁ ଶନିଶ୍ଚର ମନ୍ଦିର ଦର୍ଶନ କରିବାକୁ ବହୁ ଆଡୁ ଶ୍ରଦ୍ଧାଳୁ ଆସନ୍ତି ।ପ୍ରତିଦିନ ଛାତ୍ରଛାତ୍ରୀ ମାନେ ପାଠ ପଢା ପାଇଁ ଭଞ୍ଜନଗର କିମ୍ବା ବେଲଗୁଣ୍ଠା ଯାଇ ଥାନ୍ତି । ପ୍ରଶାସନ ନଜରକୁ ବାରମ୍ବାର ଆଣିଲେ ମଧ୍ୟ ନୂତନ ସଡ଼କ ନିର୍ମାଣ କରାଯାଉନାହିଁ । ସେହିପରି ଘୁ. ନୂଆଗାଁ ଗ୍ରାମକୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଠିକ୍ ଭବେ ପହଞ୍ଚି ପାରି ନାହିଁ। ୧୫୦୦ ରୁ ଉର୍ଦ୍ଧ ଲୋକ ବସବାସ କରୁଥିବା ସତ୍ତ୍ଵେ ଏହି ଗ୍ରାମର ଲୋକେ ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦପୁରୁଷ ବିଜୁ ବାବୁଙ୍କ ଜନ୍ମ ସ୍ଥଳୀ ହୋଇଥିବା ସତ୍ତ୍ଵେ ତାଙ୍କ ଉତ୍ତରାଧିକାରୀଙ୍କ ୨୪ ବର୍ଷର ସରକାର ଏହି ଗ୍ରାମର କୌଣସି ଆଖି ଦୃଶିଆ ଉନ୍ନତି କରିନଥିବା ବେଳେ ବା ବର୍ତ୍ତମାନ ମଧ୍ୟ ସେହିପରି କୌଣସି ଉନ୍ନତି ପରିଲକ୍ଷିତ ହେଉନାହିଁ । ଯାହା ଅଞ୍ଚଳବାସୀଙ୍କ କ୍ଷୋଭର କାରଣ ପାଲଟିଛି ।

Leave a Reply

Your email address will not be published. Required fields are marked *