ଯାଜପୁର: ସୁକିନ୍ଦା ଖଣି ଉପତ୍ୟକା ରେ ଝାଡ଼ାବାନ୍ତି ରୋଗ ର ନିରାକରଣ ପାଇଁ ଦୃଷ୍ଟି ଦିଅନ୍ତୁ ଡବଲ ଇଞ୍ଜିନ ସରକାର: ପୂର୍ବତନ ମନ୍ତ୍ରୀ ପ୍ରୀତିରଂଜନ

ଯାଜପୁର (ଅଭିମନ୍ୟୁ ମିଶ୍ର, ଯାଜପୁର ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଯାଜପୁର ଜିଲ୍ଲା ରେ ଝାଡ଼ାବାନ୍ତି ହଇଜା ରୋଗ ମହା ମାରି ରୂପ ନେଉଛି । ସୁକିନ୍ଦା ଖଣି ଉପତ୍ୟକା ରେ ରାଜ୍ୟ ସରକାର କଂପାନୀ ସଂଲଗ୍ନ ୫ଟି ପଞ୍ଚାୟତ ର ଅଧିବାସୀ ଓ ଶ୍ରମିକମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ନିରାକରଣ ଓ ସ୍ବଚ୍ଛତା ଉପରେ ସ୍ଵତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡେଇ ଦାବୀ କରିଛନ୍ତି l ଦୂଷିତ ହେଉଛି ଡ଼ମଶାଳ ନାଳ, ପ୍ରଶାସନ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।ସୁକିନ୍ଦା ଖଣି ଅଞ୍ଚଳରେ ଥିବା ୫ ପଞ୍ଚାୟତ କାଳିଆପାଣି, କଂସ, ଚିଙ୍ଗୁଡିପାଳ, ରାଁସୋଳ, କାଙ୍କଡପାଳ ପଞ୍ଚାୟତରେ ପ୍ରତିଦିନ ବିଭିନ୍ନ କମ୍ପାନୀ ମାନଙ୍କ ଦ୍ବାରା କ୍ରୋମାଇଟ ପରିବହନ ପାଇଁ ହଜାର ହଜାର ସଂଖ୍ୟାରେ ଟ୍ରକ ଚାଳକ ଓ ହେଲ୍ପର ଏକତ୍ରିତ ହେଉଛନ୍ତି । ବିପୁଳ ସଂଖ୍ୟାରେ ଟ୍ରକ ଆସୁଥିଲା ବେଳେ ଓଏମସି, ଟାଟା, ଜିନ୍ଦଲ, ବାଲେଶ୍ବର ଆଲଏଜ, ଇମ୍ଫା, ବେଦାନ୍ତ ଓସ୍ତପାଳ ଠାରେ ଡ୍ରାଇଭର ଓ ହେଲପର ମାନଙ୍କ ପାଇଁ କୌଣସି ଶୌଚାଳୟ ବ୍ୟବସ୍ଥା ନାହିଁ I ତେଣୁ ପ୍ରତ୍ୟେକ ଦିନ ଡ୍ରାଇଭର ଓ ହେଲ୍ପର ଶୌଚ ପାଇଁ ସଳ୍ପ ପାଣି ବୋହି ଯାଉଥିବା ଡମଶାଳ ନାଳ ଉପରେ ନିର୍ଭରଶୀଳ ।ଏହା ଦ୍ୱାରା ଖଣି ଅଞ୍ଚଳବାସୀଙ୍କ ଜୀବନ ରେଖା କୁହା ଯାଉଥିବା ଡମଶାଳ ନାଳ ପାଣି ଦୂଷିତ ହେଉଅଛି । ଯାହା ଖଣି ଅଞ୍ଚଳରେ ଡାଇରିଆ ଓ ହଇଜା ବ୍ୟାପିବାର ପ୍ରମୁଖ କାରଣ ହୋଇଛି । ଖଣି ଅଞ୍ଚଳବାସୀ ବହୁଳ ସଂଖ୍ୟାରେ ଏହି ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡୁଛନ୍ତି । ଏସବୁ କୁ ଦୃଷ୍ଟିରେ ରଖି ଜିଲ୍ଲା ରେ ପ୍ରଶାସନ ପକ୍ଷରୁ ଆଗାମୀ ୨ ଦିନ ମଧ୍ୟରେ ବିଭିନ୍ନ ଖଣିରୁ କ୍ରୋମାଇଟ ପରିବହନ ବନ୍ଦ କରିବାକୁ ଦାବି କରିଛନ୍ତି ଜନ ପ୍ରତିନିଧି ମାନେ । ଏହା କରାନଗଲେ ଆଗାମି ଦିନରେ ଖଣି ପ୍ରଭାବିତ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି ମାନେ ଆନ୍ଦୋଳନକୁ ଓହ୍ଲାଇ କ୍ରୋମାଇଟ ପରିବହନ ବନ୍ଦ କରିବାକୁ ବାଧ୍ୟ ହେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଖଣି ଅଞ୍ଚଳ ର ଅଧିବାସୀ ମାନେ । ଅନ୍ୟ ପକ୍ଷ ରେ ସୁକିନ୍ଦା ଖଣି ଅଞ୍ଚଳ କୂ ସୁରକ୍ଷିତ ରଖିବା ପାଇଁ ପୂର୍ବତନ ମନ୍ତ୍ରୀ ଶ୍ରୀ ଘଡେଇ ଙ୍କ ଅଧ୍ୟକ୍ଷତା ରେ ଖଣି ଅଞ୍ଚଳ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଡମଶାଳ ନଦୀ କୁ ପ୍ରଦ୍ୟୁଷଣ ମୁକ୍ତ ରଖିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିବା ସଙ୍ଗେ ଖଣି ଅଞ୍ଚଳ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ପାଇଁ ଆଲୋଚନା କରା ଯାଇଥିଲା । ଖଣି ମାଲିକ ମାନେ ଶୌଚାଳୟର ବ୍ୟବସ୍ଥା କରି ନାହାନ୍ତି । ଶୌଚ ପାଇଁ ପ୍ରତ୍ୟେକ ଦିନ ହଜାର ହଜାର ଡ୍ରାଇଭର ମାନେ ଡମଶାଳ ନାଳ କୂଳରେ ଶୌଚ କରୁ ଥିବାରୁ ଅଞ୍ଚଳବାସୀଙ୍କ ଲାଇଫ ଲାଇନ ଡମଶାଳ ନାଳ ପାଣି ଦୂଷିତ ହେଉଅଛି । ତୁରନ୍ତ ଖଣି ମାଲିକ ମାନେ ଶୌଚାଳୟ ନିର୍ମାଣ କରିବା ପାଇଁ ଦାବୀ ହେଉଛି l ଏଥି ପ୍ରତି ସରକାର ଖଣି ମାଲିକ ମାନେ ଦୃଷ୍ଟି ନ ଦିଅନ୍ତି ଖଣି ଅଂଚଳ ରେ ପରିବହନ ଠପ୍ କରାଯିବ ବୋଲି ବୈଠକ ରେ ନିଷ୍ପତି ହୋଇଛି l

Leave a Reply

Your email address will not be published. Required fields are marked *