
କୁକୁଡ଼ାଖଣ୍ଡି ୨୪/୦୬ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): କୁକୁଡ଼ାଖଣ୍ଡି ତହସିଲ ସାମ୍ନାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ ତଳେ ଚାପି ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଇକ୍ କୁ ଧକ୍କା ଦେଲା ଟ୍ରକ। ଯାହା ଫଳରେ ବାଇକ ଚାଳକ ଟ୍ରକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି ।ଖବର ପାଇ ଘଟଣା ସ୍ଥଳରେ ସଦର ପୁଲିସ ପହଞ୍ଚିଛି ତଦନ୍ତ ଜାରି ରଖିଥିବା ବେଳେ ମୃତକଙ୍କ ପରିଚୟ ସ୍ପଷ୍ଟ ହୋଇନାହିଁ ।