ଭଞ୍ଜନଗର : “ଆମ ସଂକଳ୍ପ, ନିଶା ନୁହେଁ ଜୀବନ ବାଛନ୍ତୁ” କାର୍ଯ୍ୟକ୍ରମ ନିଶା ଠାରୁ ଦୂରରେ ରହିବାକୁ ଶପଥ ନେଲେ ଛାତ୍ରଛାତ୍ରୀ

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ , ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାର ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ବୁଧବାର ଶୁନ ଦୁର୍ଘଟଣା ଦିବସ ଅଭିଯାନ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅଭିଯାନରେ ଶତାଧିକ ଛାତ୍ରୀଛାତ୍ର ସାମିଲ ହୋଇ ନିଶା ଠାରୁ ଦୂରେଇ ରହିବେ ବୋଲି ଶପଥ ଗ୍ରହଣ କରିଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସଙ୍କ ଅଧ୍ୟକ୍ଷତାରେ ମେଡ଼ିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ,ଆରଟିଓ ଶୁଭେନ୍ଦୁ ରଞ୍ଜନ ରାୟ, ଥାନା ଅଧିକାରୀ ଜୀବନାନନ୍ଦ ଜେନା, ଅବକାରୀ ଥାନା ଅଧିକାରୀ ଡମ୍ବୁରୁଧର ହରିଜନ, ଏସ୍ଆଇ ଅଲିଭା ମାଝୀ, ଘରୋଇ ବସ୍ ମାଲିକ ସଂଘ ସମ୍ପାଦକ ବିପ୍ର ଚରଣ ବାରିକ,ଏମଭିଆଇ ଶର୍ମିଲା ମହାରଣା ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ରହିଥିଲେ। ଏଥିରେ ଟ୍ରାଫିନ ନିମୟ ନମାନି,ବିନା ହେଲମେଟ୍ ଓ ସିଟ୍ ବେଲ୍ଟରେ ଗାଡି ଚଲାଇବା ସହ ମଦ୍ୟପାନ କରି ଗାଡି ଚଳାଇବା ଦୁର୍ଘଟଣାର ପ୍ରମୁଖ କାରଣ ବୋଲି ପ୍ରକାଶ କରିଥିଲେ। ତେଣୁ ନିଶା ନୁହେଁ ଲୋକେ ଜୀବନ ବାଛିବାକୁ ଅତିଥି ମାନେ ପରାମର୍ଶ ଦେଇଥିଲେ। ଟ୍ରାଫିକ ନିୟମ ପାଳନ କରି ଛାତ୍ରୀଛାତ୍ରମାନେ ନିଜେ ସଚେତନ ହେବା ଅନ୍ୟ ମାନଙ୍କୁ ସଚେତନ କରାଇଲେ ଦୁର୍ଘଟଣା ହାର କମିପାରିବ। ଏଥିପ୍ରତି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ପୂଜା ପାତ୍ର ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ସ୍ବେଚ୍ଛାସେବୀ ଅରକ୍ଷିତ ପରିଚ୍ଛା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି ଅବସରରେ ସଡ଼କ ପରିବହନ ବିଭାଗର କିଛି ନିୟମ ସଂପର୍କରେ ଛାତ୍ରୀଛାତ୍ରଙ୍କୁ ପ୍ରଶ୍ନ ପଚରା ଯାଇ କୃତୀ ଛାତ୍ରୀଛାତ୍ରଙ୍କୁ ହେଲମେଟ ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *