କୋଇଡା ରେ ଏସ୍ଆଇଟି ଟିମ ର ତନାଘନା

କୋଇଡା(ସମ୍ବିତ ଜେନା, ସୁନ୍ଦରଗଡ ଜିଲ୍ଲା କୋଇଡା ବ୍ଲକ ପ୍ରତିନିଧି ଓଡ଼ିଶା ଟୁଡେ): କୋଇଡା ବହୁ ଚର୍ଚ୍ଚିତ ସୁନ୍ଦରଗଡ଼ ଖଣି ଦୁର୍ନୀତି ର ଭିଜିଲାନ୍ସ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେବା ପରେ ଏନେଇ ଭିଜିଲାନ୍ସ ସେଲ୍ ଦ୍ଵାରା ଏସଆଟି ଗଠନ କରାଯାଇଥିଲା । ବିଗତ ମଙ୍ଗଳବାର ଠାରୁ କୋଇଡା ଏସଆଇଟି ର ଏକ ୧୨ ଜଣିଆ ସଦସ୍ୟ ଥିବା ଟିମ ପହଞ୍ଚି କୋଇଡା ଖଣି ମଣ୍ଡଳ ଅନ୍ତର୍ଗତ ୩୨ ଟି ସ୍ଥାନରେ ତନାଘନା ଜାରି ରଖିଛନ୍ତି। ପ୍ରଥମ ଦିନରେ ଗଣୁଆଁ ସଂରକ୍ଷିତ ଜଙ୍ଗଲ ର ୨୦ ଟି ଓ ଦ୍ୱିତୀୟ ଦିନରେ ୧୨ ଟି ସ୍ଥାନ କୁ ଯାଇ ଚଡ଼ାଉ କରିଥିଲା ଏହି ଟିମ୍ ।ଜଙ୍ଗଲ ମଧ୍ୟରେ ଖଣି ମାଫିଆ ମାନେ କୂତ୍ରିମ ଖଣି ପ୍ରସ୍ତୁତ କରି ବହୁ ମୂଲ୍ୟବାନ ମାଙ୍ଗାନିଜ ଓ ଲୁହାପଥର ଚୋରା ଚାଲାଣ କରିଥିବାର ପ୍ରମାଣ ମିଳିଥିଲା। ଏସଆଇଟି ଟିମ୍ ର ୧୨ ଜଣ ଅଧିକାରୀ ଓ ଭିଜିଲାନ୍ସ ଏସପି ଙ୍କ ସମେତ ଓରସାକ ର ୪ ଜଣ ସଦସ୍ୟ ଚଢାଉରେ ସାମିଲ୍ ଅଛନ୍ତି। କେବଳ କୋଇଡା ଅଞ୍ଚଳରେ ବନ୍ଦ ଥିବା ଖଣି ଓ ସରଂକ୍ଷିତ ଜଙ୍ଗଲ ରୁ ବେଆଇନ ଭାବେ ୨୦ ହଜାର ମେଟ୍ରିକ୍ ଟନ୍ ଠାରୁ ଅଧିକ ମାଙ୍ଗାନିଜ ପଥର ଏବଂ ୧୨ ଶହ ମେଟ୍ରିକ୍ ଟନ୍ ରୁ ଅଧିକ ଲୁହା ପଥର ବେଆଇନ ଭାବେ ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୩୭ କୋଟିରୁ ଅଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।କୋଇଡା ରୁ ସମ୍ବିତ ଜେନା ।

Leave a Reply

Your email address will not be published. Required fields are marked *