ଭଞ୍ଜନଗର : ରଥ ଟାଣୁଥିବା ବେଳେ ଚକା ମାଡ଼ିଯିବାରୁ ମହିଳା ଗୁରୁତର ଆହତ: ବ୍ରହ୍ମପୁର ସ୍ଥାନାନ୍ତର

ଭଞ୍ଜନଗର (ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଭଞ୍ଜନଗର ନାରାୟଣ ମନ୍ଦିର ସାହିରେ ପାଳିତ ହେଉଥିବା ରଥଯାତ୍ରାରେ ରଥ ଟାଣିବା ସମୟରେ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଅଘଟଣ ଘଟିଛି । ରଥ ଚକା ମାଡିଯିବାରୁ ଜଣେ ମହିଳାଙ୍କ ପାଦରେ ପ୍ରବଳ ଆଘାତ ଲାଗିଛି । ତାଙ୍କୁ ତୁରନ୍ତ ଭଞ୍ଜନଗର ମେଡିକାଲ୍ କୁ ଚିକିତ୍ସା ପାଇଁ ନିଆଯାଇଥିଲା। ସେଠାରୁ ପୁଣି ବ୍ରହ୍ମପୁର ବଡ ମେଡିକାଲ କୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି । ଆହତ ମହିଳା ଜଣକ ହେଲେ ଭଞ୍ଜନଗର ସହର ର କଲ୍ୟାଣୀ ପଣ୍ଡା । ରଥ ନାରାୟଣ ମନ୍ଦିର ସାହିରୁ ରଘୁନାଥ ମନ୍ଦିର ଅଭିମୁଖେ ଯାଉଥିଲା । ରଥଟାଣିବା ସମୟରେ ଭିଡ ଥିବା ଯୋଗୁଁ ଏହି ଅଘଟଣ ଘଟିଛି ।

Leave a Reply

Your email address will not be published. Required fields are marked *