ଯାଜପୁର: ବିଶିଷ୍ଟ ଆଇନଜୀବି ସନ୍ତୋଷ କୁମାର ଜେନା ଙ୍କ ସ୍ମୃତିସଭା

ଯାଜପୁର (ଯାଜପୁର ଜିଲ୍ଲା ପ୍ରତି ନିଧି ଅଭିମନ୍ୟୁ ମିଶ୍ର, ଓଡ଼ିଶା ଟୁଡେ): ବ୍ୟାସନଗର ର ବିଶିଷ୍ଟ ଆଇନ ଯିବି ସନ୍ତୋଷ କୁମାର ଜେନାଙ୍କ ବିୟୋଗରେ ସହରର ବିଭିନ୍ନ ମହଲରେ ବିଶେଷ କରି ଆଇନ ଯିବିଙ୍କ ମଧ୍ୟରେ ଶୋକର ଛାୟା ଦେଖା ଦେଇଛି ତାଙ୍କର ଚୋରଦା ସ୍ଥିତ ଜେନା କମ୍ପ୍ଲେସ ବାସଭବନ ରେ ଏକାଦଶ କ୍ରିୟା ପରିପେକ୍ଷୀରେ ଏକ ସ୍ମୃତି ସଭା ବିଶିଷ୍ଟ ଆଇନ ଯିବି ରଜତ କୁମାର ରାଉତ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଥିଲା ଏହି ସ୍ମୃତି ଚାରଣ ସଭାରେ ବରିଷ୍ଠ ଶ୍ରମିକ ନେତା ବିଦ୍ୟାଧର ମହାନ୍ତି ପୁର୍ବତନ ଉପନଗର ପାଳ ହୃଦାନନ୍ଦ ସାମଲ ଆଇନ ଯିବି, ଜିତେନ୍ଦ୍ର କୁମାର ପ୍ରତିହାରୀ ଧନେଶ୍ୱର ସାହୁ, ରବୀନ୍ଦ୍ର କୁମାର ନାୟକ, ରାମଚନ୍ଦ୍ର ପହି ଓ ସନ୍ତୋଷ କୁମାର ମହାନ୍ତି ଅସିତା ନନ୍ଦ ବିଶ୍ୱାଳ, ଗଣନାଥ ରାଉତ, ସୁକାନ୍ତ ମହାନ୍ତି, ସନାତନ ମଲ୍ଲିକ, ସେକ ନାଜିର ଅଲ୍ଲୀ, ବିଜୟ କୁମାର ବୋଇତାଇ ପ୍ରମୁଖ ନିଜ ନିଜର ଅଭିଭାଷଣରେ କହିଲେ କି ସ୍ୱର୍ଗତ ଜେନା ଛାତ୍ର ଜୀବନରେ ଜଣେ ବାମପନ୍ଥୀ ନେତା ଭାବରେ ନିଜକୁ ପରିଚିତ ହେବା ସହିତ ପର ବର୍ତ୍ତୀ ସମୟରେ ବ୍ୟାସନଗର ର ବ୍ୟବସାଇ ମାନଙ୍କୁ ଏକତ୍ରିତ କରିବା ସହ ଯାଜପୁର ରୋଡ କୋର୍ଟ ରେ ନିଜର ଆଇନ ସେବା କୁ ପେସା ଭାବେ ଗ୍ରହଣ କରିଥିଲେ ଶେଷରେ ତାଙ୍କର ବଡ ଭାଇ ଅଭିରାମ ଜେନା ଧନ୍ୟବାଦ ଦେଇ ତାଙ୍କର ଶୃଙ୍କଳିତ ଜୀବନ ଉପରେ ଆଲୋକ ପାତ କରିଥିଲେ ।

Leave a Reply

Your email address will not be published. Required fields are marked *