
ଭବାନୀପାଟଣା ( ପର୍ଶୁରାମ ସିନ୍ଦୁର,ଓଡ଼ିଶା ଟୁଡେ): ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ ରାଜ୍ଯ ସଭାପତି ଧନଞ୍ଜୟ ଦୀପ୍ ଙ୍କ ଆହ୍ଵାନ କ୍ରମେ କଳାହାଣ୍ଡି ଜିଲ୍ଲାର ୧୩ ଟି ବ୍ଳକ ଗୋଟିଏ ମୁନିସିପାଲିଟି ତିନୋଟି ଏନ୍ ଏ ସି ର ଏସ୍ ସି ସମାଜର କର୍ମକର୍ତ୍ତା ତଥା କିଛି ବୁଦ୍ଧିଜିବୀ ମାନଙ୍କୁ ନେଇ ଆମ୍ବେଦକର ଭବନ ଭବାନୀପାଟଣା ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି,,ପ୍ରଥମେ ଉପସ୍ଥିତ ସମସ୍ତ ବୁଦ୍ଧିଜିବୀ ବହୁଜନ ମହାପୁରୁଷ ମାନଙ୍କ ଫଟୋ ଚିତ୍ରରେ ଦୀପ ପ୍ରଜ୍ବଳନ କରି ଯୋଗେଶ୍ଵର ସାଗର ତ୍ରିସରଣ ପଞ୍ଚଶିଳ ଗାନ କରିଥିଲେ,, ତାପରେ ଆଲୋଚନା ଚକ୍ର ଆରମ୍ଭ କରଯାଇଥିଲା,,ସମାଜର ସାମ୍ବିଧାନିକ ହକ୍ ଅଧିକାର ବଞ୍ଚାଇବାକୁ ହେଲେ ସଙ୍ଗଠିତ ସମାଜ ତିଆରି କରିବାକୁ ପଡିବ ବୋଲି ସମସ୍ତେ ମତଦେଲେ,,, ସମସ୍ତେ ସପଥ ନେଲେ କଳାହାଣ୍ଡି ଜିଲ୍ଲାର ଗାଁ ଗାଁ ରେ ବହୁଜନ ବିଚାର କୁ ପହଞ୍ଚିବା ସହ ପଞ୍ଚାୟତ କମିଟି ବ୍ଳକ କମିଟି ଜିଲ୍ଲା କମିଟି କୁ ସୁଦୃଢ କରିବା ଏବଂ କଳାହାଣ୍ଡି ଜିଲ୍ଲାର ସବୁ ଏସ୍ ସି ସମାଜ ଏକ ହୋଇ ସାମ୍ବିଧାନିକ ହକ୍ ଅଧିକାର ପାଇଁ ଲଢିବା,ଏବଂ ଆସନ୍ତା ଅଗଷ୍ଟ ୩୦ ପ୍ରତିଷ୍ଠା ଦିବସ ଅବସରରେ ତିରିଶ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ କରିବା,, ଉପସ୍ଥିତି ଥିଲେ ସଂଗଠନ ର ମହାସଚିବ ଶତ୍ରୁଘ୍ନ ନାଏକ, କାର୍ଯ୍ୟକାରୀ ସଭାପତି ତେଜରାଜ ବେହେରା,ସାମାଜିକ ମୁଖ୍ୟ ଧବଳେଶ୍ଵର ନାଗ, ଆଇନ ବିଭାଗ ମୁଖ୍ୟ ଛବିଲାଲ ନିଆଲ, ଆଇନଜିବି ଦିଗମ୍ବର ଦୁରିଆ, ନର୍ଲା ସଭାପତି ରଘୁନାଥ ଦୀପ୍, ଏମ୍ ରାମପୁର ସଭାପତି ବୃନ୍ଦାବନ ନାଗ, କଲମପୁର ବ୍ଳକ ସଭାପତି ବଳରାମ ଦୁର୍ଗା,,ଶଙ୍କର କର,,ଅଗଷ୍ଟ ନାଏକ,, ଏହିଭଳି ଅନେକ କର୍ମକର୍ତ୍ତା ।