ଭଞ୍ଜନଗର : ଗଡିଲାନି ଗାଡି, ହନ୍ତସନ୍ତ ଯାତ୍ରୀ

ଭଞ୍ଜନଗର ୦୮/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ବିଭିନ୍ନ ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛି।ଏଥିରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଶାଖାର କର୍ମକର୍ତ୍ତାମାନେ ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି।ଫଳରେ ପରିବହନ ସେବା ଗୁରୁତର ଭାବେ ପ୍ରଭାବିତ ହେଇଛି।ଡ୍ରାଇଭରଙ୍କ ଆନ୍ଦୋଳନ ଯୋଗୁଁ ଭଞ୍ଜନଗର ରୁ ଭୁବନେଶ୍ୱର, କଟକ, ନୟାଗଡ, କନ୍ଧମାଳ, ଗଜପତି, ବ୍ରହ୍ମପୁର, ସୁନ୍ଦରଗଡ଼, ସମ୍ବଲପୁର, କଳାହାଣ୍ଡି, ରାୟଗଡା, ନବରଙ୍ଗପୁର ସମେତ ରାଜ୍ୟର ବିଭିନ୍ନ ସ୍ଥାନକୁ ଚଳାଚଳ କରୁଥିବା ଘରୋଇ ବସ ବନ୍ଦ ରହିଛି। ଫଳରେ ବସଷ୍ଟାଣ୍ଡ ରେ ଶହ ଶହ ଯାତ୍ରୀ ଦିର୍ଘ ସମୟ ପର୍ଯ୍ୟନ୍ତ ଅପେକ୍ଷା କରି ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳିଛି। ସରକାରୀ ବସ୍ ଚଳାଚଳ କରୁଥିଲେ ମଧ୍ୟ ସୀମିତ ସିଟ୍ ଯୋଗୁଁ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ସେହିପରି ମାଲବାହୀ ଗାଡି ଚଳାଚଳ ହେଉନଥିବା ରୁ ଖାଦ୍ୟ ପଦାର୍ଥ ଆମଦାନୀ ଓ ରପ୍ତାନୀ ହୋଇ ପାରୁନି। ଯାହାର ପ୍ରଭାବ ସିଧାସଳଖ ଖୁଚୁରା ବ୍ୟବସାୟୀ ଓ ଖାଉଟିଙ୍କ ଉପରେ ପଡିଛି ।

Leave a Reply

Your email address will not be published. Required fields are marked *