
ଭଞ୍ଜନଗର ୦୯/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଭଞ୍ଜନଗର ବ୍ଲକ ଶିଶୁ ବିକାଶ ଯୋଜନା ଆନୁକୂଲ୍ୟରେ ଶିଶୁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ଭାରତୀ ଦେବୀଙ୍କ ତତ୍ବାବଧାନରେ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। କାଳଞ୍ଜି କୂଳ ସଭାପତି ସୁବାଷ ଚନ୍ଦ୍ର ତାରିଣୀ,ସିଡିପିଓ ମିଲିମା କୁମାରୀ ପଣ୍ଡା,ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର,ବିଇଓ, ଶିକ୍ଷକ,ଏଡବ୍ଲ୍ୟୁଡବ୍ଲ୍ୟୁ ପ୍ରମୁଖ ଉପସ୍ଥିତ ଥିଲେ।ମା ମାନେ ଓ କିଶୋରୀ ବାଳିକା ମାନେ ମଧ୍ୟ ଉପସ୍ଥିତ ଥିଲେ। କନ୍ୟା ଶିଶୁର ସୁରକ୍ଷିତ ଜନ୍ମ ଠାରୁ ଆରମ୍ଭ କରି ସେ ସୁନାଗରିକ ହେବା ପର୍ଯ୍ୟନ୍ତ ସମସ୍ତ ବିଷୟ ଉପରେ ଆଲୋଚନା ହୋଇଥିଲା। ଝିଅ ମାନେ କିପରି ନିଜେ ସଚେତନତା ହେବେ ସେ ବାବଦରେ ବିଡ଼ିଓ ଶ୍ରୀମତୀ ଦେବୀ ବୁଝାଇଥିଲେ। ଜଣେ ଝିଅ ଶିକ୍ଷିତ ହେଲେ ଏକ ପରିବାର ଶିକ୍ଷିତ ହେବ। ବିଇଓ ଶିକ୍ଷକ, କୂଳ ସଭାପତି ମାନେ ବାଲ୍ୟ ବିବାହ ଉପରେ ଏବଂ ଲିଙ୍ଗଗତ ଅସମତା, ଶିଶୁ ଚାଲାଣ ଭଳି ଅପରାଧ ମୁଳକ କାର୍ଯ୍ୟକ୍ରମ ର କିପରି ମୁଳ ଉତ୍ପଡନ ହେବ ତାରି ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଝିଅ ମାନେ କିପରି ସମାଜର ମୁଖ୍ୟ ସ୍ରୋତ ରେ ସାମିଲ ହୋଇପାରିବେ ସେମାନଙ୍କର ଆର୍ଥିକ, ଶିକ୍ଷାଗତ, ମାନସିକ, ସାମାଜିକ ଉନ୍ନତି ହୋଇପାରିବ ତାରି ଉପରେ ବିଡ଼ିଓ ଆଲୋକପାତ କରିଥିଲେ।ଏହା ସହ ଝିଅ ମାନଙ୍କ ପାଇଁ ଉଦିଷ୍ଟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା ।