ସେପ୍ଟେମ୍ବର ୨୫ରେ ଛାତ୍ର ସଂସଦ ନିର୍ବାଚନ! ସେପ୍ଟେମ୍ବର ୧୫/୧୬ରେ ବିଜ୍ଞପ୍ତି

ଭୁବନେଶ୍ବର(ଓଡ଼ିଶା ଟୁଡେ, ଅଜେନ୍ସୀ): ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ। ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ମଧ୍ୟ ସେପ୍ଟେମ୍ବର ୨୫ କିମ୍ବା ୨୬ରେ ଛାତ୍ର ସଂସଦ ନିର୍ବାଚନ କରିବାକୁ ଉଚ୍ଚଶିକ୍ଷା‌ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ସେପ୍ଟେମ୍ବର ତୃତୀୟ ସପ୍ତାହ (୧୫ କିମ୍ବା ୧୬ ତାରିଖ)ରେ ନିର୍ବାଚନ ନେଇ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ। ସେପ୍ଟେମ୍ବର ୧୭/୧୮ ତାରିଖ ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ ହେବ। ୧୮/୧୯ ତାରିଖ ପୂର୍ବାହ୍ନ ୧୧ଟାରେ ଯୋଗ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇବ ଏବଂ ସେହିଦିନ ଅପରାହ୍ନ ୨ଟାରୁ ୪ଟା ମଧ୍ୟରେ ନାମାଙ୍କନପତ୍ର ପ୍ରତ୍ୟାହାର ଏବ˚ ଅପରାହ୍ନ ୫ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।ସେପ୍ଟେମ୍ବର ୨୪ କିମ୍ବା ୨୫ ତାରିଖରେ ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍‌ରେ ‘ମୁଁ କାହିଁକି ପ୍ରାର୍ଥୀ ହୋଇଛି’ ବୈଠକ ଅନୁଷ୍ଠିତ ହେବ। ଏଥର ମଧ୍ୟ ଗୋଟିଏ ସମୟରେ ସାରା ରାଜ୍ୟରେ ନିର୍ବାଚନ କରିବାକୁ ନିଷ୍ପତ୍ତି ହୋଇଛି। ସମ୍ଭବତଃ ୨୫ କିମ୍ବା ୨୬ ତାରିଖ ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୋଟଗ୍ରହଣ ଅନୁଷ୍ଠିତ ହେବ। ଅପରାହ୍ନ ୨ଟାରୁ ଭୋଟଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ। ସେପ୍ଟେମ୍ବର ୨୬, ନ ହେଲେ ୨୭ ତାରିଖ ପୂର୍ବାହ୍ନ ୧୧ଟାରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଏହାପରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦଶହରା ଛୁଟି ଘୋଷଣା କରାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।ସେପ୍ଟେମ୍ବର ୧୫/୧୬ରେ ବିଜ୍ଞପ୍ତିପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ବଢ଼ା‌ଇବାକୁ ପ୍ରସ୍ତାବଲିଙ୍ଗ୍‌ଡୋ କମିସନଙ୍କ ନିୟମ ଅନୁଯାୟୀ, ଛାତ୍ର ସ˚ସଦ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରାର୍ଥୀ ହେବା ଲାଗି ସ୍ନାତକ ଛାତ୍ରଛାତ୍ରୀଙ୍କ ବୟସ ୧୫ରୁ ୨୨ ମଧ୍ୟରେ ଏବ˚ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ସର୍ବାଧିକ ବୟସ ସୀମା ୨୫ ବର୍ଷ ରଖାଯାଇଛି। ପ୍ରାର୍ଥୀ ହେବା ପାଇଁ କ୍ଲାସରୁମ୍‌ରେ ୭୫ ପ୍ରତିଶତ ଉପସ୍ଥାନ ନିତାନ୍ତ ଆବଶ୍ୟକ। ଯୋଗ୍ୟ ପ୍ରାର୍ଥୀଙ୍କ ବିରୋଧରେ କୌଣସି ପ୍ରକାର ଅପରାଧିକ ମାମଲା ନ ଥିବ। ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ରେଗୁଲାର ଛାତ୍ରଛାତ୍ରୀ ହିଁ ନିର୍ବାଚନରେ ପ୍ରାର୍ଥୀ ହୋଇପାରିବେ। କୌଣସି ରାଜନୈତିକ ଦଳରୁ କେହି ପ୍ରାର୍ଥୀ ହୋଇପାରିବେ ନାହିଁ। ନିର୍ବାଚନ ପୂର୍ବରୁ କିମ୍ବା ନିର୍ବାଚନ ସମୟରେ ଯଦି କ୍ୟାମ୍ପସ୍‌ରେ କୌଣସି ପ୍ରକାର ଗଣ୍ତଗୋଳ ହୁଏ ତେବେ ନିର୍ବାଚନକୁ ବାତିଲ୍‌ କରିବା କ୍ଷମତା ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କୁ ଦିଆଯିବ ।

ବଜାର ଦର ବଢ଼ୁଥିବାରୁ ପ୍ରାର୍ଥୀଙ୍କ ପ୍ରଚାର ଖର୍ଚ୍ଚ ବଢ଼ାଇବାକୁ ପ୍ରସ୍ତାବ ରହିଛି। ଆଗରୁ ୫ ହଜାର ଟଙ୍କା ରଖାଯାଇଥିଲା। ଏଥର ତାହାକୁ ୧୦ କିମ୍ବା ୨୦ ହଜାର ଟଙ୍କା କରାଯାଇପାରେ। ପ୍ରଚାର ସମୟରେ ପ୍ରାର୍ଥୀମାନେ ପ୍ରିଣ୍ଟିଂ ପୋଷ୍ଟର, ବ୍ୟାନର୍‌ ଲଗାଇପାରିବେ ନାହିଁ। ବ୍ୟାନର୍‌ ଲଗାଇବା ଲାଗି କଲେଜ କର୍ତ୍ତୃପକ୍ଷ ନିର୍ଦ୍ଦିଷ୍ଟ ସ୍ଥାନ ଚିହ୍ନଟ କରିବେ। କଲେଜ କ୍ୟାମ୍ପସ୍‌ରେ ପ୍ରାର୍ଥୀ ସାଧାରଣ ସଭା ଏବ˚ ‌େଶ୍ୱତପତ୍ର ବାଣ୍ଟିପାରିବେ ନାହିଁ। ପ୍ରଚାର ସମୟରେ ଡାକବାଜି ଯନ୍ତ୍ର, ଗାଡ଼ି ଓ ଜୀବଜନ୍ତୁ ବ୍ୟବହାର ହେବ ନାହିଁ। ନିର୍ବାଚନ ପ୍ରକ୍ରିୟାକୁ ଶାନ୍ତିଶୃଙ୍ଖଳାର ସହ ସାରିବାକୁ ପୁଲିସ ସହାୟତା ନେବାକୁ ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀଙ୍କ ବୈଠକରେ ସ୍ଥିର ହୋଇଛି ।

Leave a Reply

Your email address will not be published. Required fields are marked *