ମୁଜାଗଡ଼ ଡାକ ବଙ୍ଗଳା ଉଦଘାଟନ କଲେ ବିଧାୟକ ପ୍ରଦ୍ୟୁମ୍ନ; ଜାଇକା ପ୍ରକଳ୍ପ ୨୦୩୦ ପର୍ଯ୍ୟନ୍ତ ସମ୍ପ୍ରସାରଣ

ଭଞ୍ଜନଗର ୧୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ମୁଜାଗଡ଼ ବନ ବିଭାଗ ଡାକ ବଙ୍ଗଳା ରବିବାର ଉଦ୍‌ଘାଟିତ ହୋଇଯାଇଛି । ୩୮ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବଙ୍ଗଳାକୁ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ, ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନିଲନତର, ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ବିଧାୟକ ନାୟକ ଚାରା ରୋପଣ କାର୍ଯ୍ୟରେ ଲୋକ ପ୍ରତିନିଧିଙ୍କ ସହଯୋଗ ନେଇ ଚାରା ରୋପଣ କାର୍ଯ୍ୟ ଆଗକୁ ନେବାପାଇଁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଗଣମାଧ୍ୟମ କୁ ପ୍ରତିକ୍ରିୟାରେ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ତ କହିଛନ୍ତି ଯେ, ଚାରା ରୋପଣ କାର୍ଯ୍ୟ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯାଇଛି। ଚଳିତ ବର୍ଷ ସାଢ଼େ ୭ କୋଟି ଚାରା ମା’ଙ୍କ ପାଇଁ ଗଛଟିଏ ଯୋଜନାରେ ଲଗାଇବା ଲକ୍ଷ୍ୟ ରଖାଯାଇଛି। ଜାଇକା ପ୍ରକଳ୍ପ ୨୦୨୬ରେ ସରିବ। ଏବାବଦରେ ୧୦୦୦ କୋଟି ଟଙ୍କା ମିଳିଥିଲା। ବର୍ତ୍ତମାନ ଜାଇକା ପ୍ରକଳ୍ପ ସୁଧ ଟଙ୍କା ଅଛି। ଉକ୍ତ ଟଙ୍କା ସାରିବାକୁ ହେଲେ ପ୍ରକଳ୍ପ ଆଉ କିଛି ବର୍ଷ ସମ୍ପ୍ରସାରିତ ହେବ। ତେଣୁ ଏନେଇ ପ୍ରସ୍ତାବ ଦିଆଯାଇଛି ବୋଲି ପନ୍ତ କହିଥିଲେ।ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବିଶ୍ୱନାଥ ନିଲନତର କହିଥିଲେ ଯେ, ଜାଇକା ପ୍ରକଳ୍ପ ୨୦୩୦ ପର୍ଯ୍ୟନ୍ତ ସମ୍ପ୍ରସାରଣ ଯୋଜନା ଅଛି। ପିସିସିଏଫ୍‌ଙ୍କ ଗସ୍ତ ସମୟରେ ଏସିଏଫ୍‌ ଡ. ରଶ୍ମି ରଞ୍ଜନ ସ୍ବାଇଁ, ବିବେକ ଦାସ, ବନାଞ୍ଚଳ ଅଧିକାରୀ ବିମ୍ବାଧର ସାହୁ, ପୂର୍ବତନ ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୂଳପାଣି ଶତପଥୀ, ଲୋକନାଥ ଆଚାର୍ଯ୍ୟ, ଜିଲା ପରିଷଦ ଏମ୍‌ପି ପ୍ରତିନିଧି ଶିବଶଙ୍କର ପ୍ରଧାନ, ନଗର ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡି, ବ୍ଲକ ଏମ୍‌ପି ପ୍ରତିନିଧି ରବୀନ୍ଦ୍ର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ପିସିସିଏଫ୍‌ ଚକରା ଘାଟିରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ଏଥିସହ ସୋରିଶମୁଳି, ବିରିକୋଟ, ବଡ଼ବୋରସିଙ୍ଗି, ତିଳିସିଙ୍ଗି ପ୍ରମୁଖ ସ୍ଥାନରେ ବିଗତ ଦିନରେ ହୋଇଥିବା ଚାରା ରୋପଣ କାର୍ଯ୍ୟ ବୁଲି ଦେଖିଥିଲେ। ଏହି ସମୟରେ ଗାଲେରୀ ରେଞ୍ଜର ଆଶାଲତା ଦିଗାଲ, କେନ୍ଦ୍ରୀୟ ବନାଞ୍ଚଳ ଅଧିକାରୀ ପୃଥ୍ବୀରାଜ ପ୍ରଧାନ, ବନପାଳ ବବୁଲ ସେଠୀ, ମଧୁଛନ୍ଦା ଦାଶ, ଶୁଭସ୍ମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *