ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ପାଳିତ

ଭଞ୍ଜନଗର ୧୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ଭଞ୍ଜନଗର ତରଫରୁ ରବିବାର ଦିନ ଗାଲେରୀ ପାଠଶାଳାର ତୃତୀୟ ବାର୍ଷିକ ଉତ୍ସବ ତଥା ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ସୁମିତ୍ରା ଗୌଡ଼ ଓ ସମ୍ମାନୀତ ଅତିଥି ସମାଜ ସେବୀ ରବୀନ୍ଦ୍ର ଶତପଥି ସମେତ ୨୦୦ରୁ ଉର୍ଦ୍ଧ୍ବ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀ ଉପସ୍ଥିତ ଥିଲେ। ସୁଖଶାନ୍ତିର ପାରିବାରିକ ଜୀବନ ଶୈଳୀକୁ ପ୍ରାପ୍ତ କରିବା ପାଇଁ ପରମାତ୍ମାଙ୍କ ବାଣୀଙ୍କୁ ନିଜ ଜୀବନର ପ୍ରତି ମୁହୂର୍ତ୍ତରେ ଧାରଣ କରିବା ବୋଲି ଅତିଥି ଦ୍ବୟଙ୍କ ଅଭିବ୍ୟକ୍ତି ଥିଲା । ବ୍ରହ୍ମା କୁମାରୀ ସୁଭଦ୍ରା ଭଉଣୀ ଆତ୍ମା ଓ ପରିମାତ୍ମାଙ୍କ ପରିଚୟ ପ୍ରଦାନ କରିବାବେଳେ ବ୍ରହ୍ମା କୁମାରୀ ସନ୍ତୋଷିନୀ ଭଉଣୀ ପରମାତ୍ମାଙ୍କ ଧରାବତରଣ ର ମୁଖ୍ୟ ଉଦ୍ଦେଶ୍ୟ ସହ ନିଶାମୁକ୍ତ ସମାଜ ଗଠନରେ ରାଜଯୋଗ ଅଭ୍ୟାସ ଜାରି ରଖିବା ଉଚିତ ବୋଲି ଅଭିଭାଷଣ ରଖିଥିଲେ। ବ୍ରହ୍ମା କୁମାରୀ ପ୍ରାପ୍ତି ଭଉଣୀ ମଞ୍ଚ ପରିଚାଳନା ଓ ବ୍ରହ୍ମା କୁମାର ରବି ଭାଇ ଧନ୍ୟବାଦ ଅର୍ପଣ କରିଥିଲେ । ଝଣ୍ଡା ଉତ୍ତୋଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *