
ଆସିକା ୧୪/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଆସିକା ପଂଚାୟତ ସମିତି ଅନ୍ତର୍ଗତ ଗହଂଗୁ ଗ୍ରାମର ଶତାଧିକ କର୍ମୀ ବିଜେପି ରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି l ଆସିକା ବିଧାୟକ ସରୋଜ କୁମାର ପାଢ଼ୀଙ୍କର ନେତୃତ୍ୱ, ରାଜ୍ୟ ମୋହନ ସରକାର ଙ୍କ ଜନ ହିତକାରୀ ଯୋଜନା, କେନ୍ଦ୍ର ସରକାର ଙ୍କ ଓଡିଶା ପ୍ରତି ସମସ୍ତ କ୍ଷେତ୍ରରେ ସାହାଯ୍ୟ ସହଯୋଗ ଦେଖି ଆଜି ବିଧାୟକ ଙ୍କ ଆସିକା ବାସ ଭବନ ରେ ମିଶ୍ରଣ ପର୍ବ ରେ ଯୋଗ ଦେଇଛନ୍ତି l ଗହଙ୍ଗୁ ପଂଚାୟତ ର ପରାଜୟ ସରପଞ୍ଚ ପାର୍ଥୀ ଗୋବିନ୍ଦ ଚନ୍ଦ୍ର ମିଶ୍ର୦୮ ନମ୍ବର ୱାର୍ଡ଼ ମେମ୍ବର ଲଷ୍ମୀ କାନ୍ତ ମିଶ୍ର୦୭ ନମ୍ବର ୱାର୍ଡ଼ ମେମ୍ବର ସୁନିତା ନାଇକଅରୁଣ କୁମାର ମିଶ୍ର,ସୂର୍ଯ୍ୟ କାନ୍ତ ମିଶ୍ରସିଂହାସନି ମିଶ୍ର,ମାଗୁଣି ଚରଣ ପଣ୍ଡାବିନୋଦ କୁମାର ପଣ୍ଡା,ରାଜେନ୍ଦ୍ର କୁମାର ବେହେରା ସମେତ ବହୁ ସକ୍ରିୟ ସଦସ୍ୟ ଯୋଗ ଦେଇଥିଲେ l