
ବେଲଗୁଣ୍ଠା ୧୪/୦୭ (ଅମରେନ୍ଦ୍ର କୁମାର ପଟ୍ଟନାୟକ,ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ): ସୋରଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରବେଲଗୁଣ୍ଠା ବ୍ଲକ ପାଇଁ ରଞ୍ଜନ କୁମାର ରାଉତଙ୍କୁ ଆସିକା ସାଂସଦ ପ୍ରତିନିଧି ଭାବେ ନିଯୁକ୍ତି ମିଳିଛି। ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଙ୍କ ସୁପାରିସ କ୍ରମେ ଶ୍ରୀ ରାଉତଙ୍କୁ ଆସିକା ସାଂସଦ ଅନିତା ଶୁଭଦର୍ଶନି ବେଲଗୁଣ୍ଠା ବ୍ଲକ ପାଇଁ ନିଜର ପ୍ରତିନିଧି ଭାବେ ନିଯୁକ୍ତି ଦେଇଥିବା ଗଞ୍ଜାମ ଜିଲ୍ଲାପାଳଙ୍କୁ ନିକଟକୁ ଚିଠି ଲେଖି ଜଣାଇଛନ୍ତି। ବେଲଗୁଣ୍ଠା ବ୍ଲକ ସାଂସଦ ପ୍ରତିନିଧି ଭାବେ ଶ୍ରୀ ରାଉତ ନିଯୁକ୍ତ ହେବା ପରେ ସେ ଆସିକା ସାଂସଦ ଅନିତା ଶୁଭଦର୍ଶୀନି ଓ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି।ରଞ୍ଜନ ବର୍ତମାନ ଭାଜପା ରାଜ୍ୟ ପରିଷଦର ସଦସ୍ୟ ଓ ଘୁମୁସର ଜିଲ୍ଲା ଉପସଭାପତି ଅଛନ୍ତି। ପୁର୍ବରୁ ଶ୍ରୀ ରାଉତ ଘୁମୁସର ଜିଲ୍ଲା ସାଧାରଣ ସଂପାଦକ ଭାବେ ନିଷ୍ଠାପର ଭାବେ କାର୍ଯ୍ୟ କରିଥିଲେ। ଚଳିତ ରାଜ୍ୟ ସଭାପତି ନିର୍ବାଚନରେ ମଧ୍ୟ ଶ୍ରୀ ରାଉତ ସକ୍ରିୟ ଭୁମିକା ଲିଭାଇଥିଲେ ।