ଗଜପତି : ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ,ଅଳ୍ପକେ ବର୍ତ୍ତିଲେ ଚ଼ାଳକ ଓ ସହଯୋଗୀ ମୋହନା

ଗଜପତି-(ଗଜପତି ଜିଲ୍ଲା ପ୍ରତିନିଧି ଲକ୍ଷ୍ମୀ ନାରାୟଣ ଆଚାର୍ଯ୍ୟ ଙ୍କ ରିପୋର୍ଟ ଓଡ଼ିଶା ଟୁଡେ): ଭାରସାମ୍ୟ ରକ୍ଷା କରିନପାରି ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ । ଭାଗ୍ୟବଶତଃ ରକ୍ଷା ପାଇଛନ୍ତି ଗାଡ଼ିର ଚ଼ାଳକ ଓ ସହଯୋଗୀ । ଆଜି ମଧ୍ୟାହ୍ନ ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରାଇପୁରରୁ ବାହାରି ଅଡ଼ବା ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମ ଅଭିମୁଖେ ଆସୁଥିବା ବେଳେ ଏହି ଥାନା ଅଧିନ ମାଣ୍ଡିମେରା ଗ୍ରାମ ନିକଟସ୍ଥ ବାଲିପଦର ଜାତୀୟ ରାଜପଥ-୩୨୬ ବୁଲାଣିରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଯାହାଫଳରେ ଚ଼ାଳକ ଓ ସହଯୋଗୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। କାହାର କିଛି କ୍ଷତି ହୋଇ ନ ଥିବା ପୁଲିସ ସୂଚନା ଦେଇଛି ।

Leave a Reply

Your email address will not be published. Required fields are marked *