ଭଞ୍ଜନଗର ରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ

ଭଞ୍ଜନଗର, ୧୭/୦୭. ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି ଓଡ଼ିଶା ଟୁଡେ):ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ସୌମ୍ୟଶ୍ରୀ ବିଶିଙ୍କ ସୁପରିକଳ୍ପିତ ହତ୍ୟାକାଣ୍ଡ ବିରୁଦ୍ଧରେ କଂଗ୍ରେସ ପାର୍ଟି ସମେତ କମ୍ୟୁନିଷ୍ଟ ପାର୍ଟି ଓ ଅନ୍ୟାନ୍ୟ ୭ଟି ରାଜନୈତିକ ଦଳ ତରଫରୁ ବନ୍ଦ ଡାକରା ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଆଜି ଭଞ୍ଜନଗରରେ ୧୨ଘଣ୍ଟିଆ ବନ୍ଦ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରାଯାଇଛି।କୌଣସି ସ୍ଥାନରେ ହିଂସାକାଣ୍ଡ ଘଟି ନଥିବା ଜଣାପଡିଛି।ଭଞ୍ଜନଗର ବାସୀ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦକୁ ସମର୍ଥନ ଜଣାଇ ସମସ୍ତ ପେଟ୍ରୋଲ ପମ୍ପ ଓ ଦୋକାନ ବଜାର ବନ୍ଦ ରଖିଥିଲେ।ବନ୍ଦ ଯୋଗୁଁ ବସ ଷ୍ଟାଣ୍ଡ ଓ ରାସ୍ତାଘାଟ ଖାଁ ଖାଁ ଲାଗୁଥିଲା। ଯାତ୍ରୀବାହୀ ବସ ଓ ଗାଡ଼ି ମଟର ଚଳାଚଳ ବନ୍ଦ ଥିବା ବେଳେ କେବଳ ଜରୁରୀକାଳୀନ ପରିସ୍ଥିତିରେ କେତେକ ଯାନବାହନ ଚଳାଚଳ କରୁଥିବା ଦେଖାଯାଇଛି।କଂଗ୍ରେସ ଓ କମ୍ୟୁନିଷ୍ଟ ପାର୍ଟି ନେତା ଏବଂ କର୍ମୀମାନେ ଭଞ୍ଜନଗର ସହରର ସମସ୍ତ ପ୍ରବେଶ ପଥ ଯଥା ବେଲଗୁଣ୍ଠା ରୋଡ଼, ବ୍ଲକ ଛକ, ଚକରା ବିଷୋୟୀ ବାଇପାସ ରୋଡ଼, ବଡ଼ କୋଦଣ୍ଡା ଛକ ମାନଙ୍କରେ ପିକେଟିଂ କରିବା ସହ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ,ବ୍ୟାଙ୍କ, ପୋଷ୍ଟ ଅଫିସ ଆଦି ବନ୍ଦ କରିଥିଲେ। ପ୍ରଗତିଶୀଳ ଗଣତାନ୍ତ୍ରିକ ସାମ୍ମୁଖ୍ୟର ଆବାହକ ଓ ବରିଷ୍ଠ ଆଇନଜୀବି ସୋମନାଥ ନାୟକ, କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କୁମାର ବିଷୋୟୀ,ପିସିସି ସଭ୍ୟ ଦେବୀ ପ୍ରସାଦ ବିଷୋୟୀ,ସୁକାନ୍ତ କୁମାର ଦିଗାଲ,ବିଦ୍ୟାଧର ପ୍ରଧାନ,କୁଲୁ ଭୂୟାଁ, ଆଇନଜୀବୀ ଅଭିମନ୍ୟୁ ଗୌଡ଼,ସିପିଆଇ(ଏମ-ଏଲ)ର ଜିଲ୍ଲା ସମ୍ପାଦକ ନିରାକାର ନାୟକ ଓ ଅନ୍ୟମାନେ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ ।

Leave a Reply

Your email address will not be published. Required fields are marked *