ବେଆଇନ ଏସକଫ ସିରଫ କାରବାର ଅଭିଯୋଗରେ ଟାଉନ ଥାନା ଦ୍ୱାରା ଦୁଇ ଗିରଫ

ପୁରୀ, (ବଳରାମ ତ୍ରିପାଠି, ଓଡ଼ିଶା ଟୁଡେ) :ପୁରୀ ବେଆଇନ ଏସକଫ ସିରଫ କାରବାର ଅଭିଯୋଗରେ ଟାଉନ ଥାନା ଦ୍ୱାରା ଦୁଇ ଗିରଫ ସହ କୋର୍ଟ ଚାଲାଣ l ଅଭିଯୁକ୍ତ ଦ୍ବୟ ହେଲେ ଖୁଣ୍ଟିଆ ବଗିଚା ନିକଟର ରାଜୁ ଓରଫ ରାଜକିଶୋର ସାହୁ 49 ଓ ମଙ୍ଗୁ ଓରଫ ରତ୍ନାକର ସାହୁ 19 l ଅଭିଯୁକ୍ତ ଦ୍ବୟଙ୍କ ନିକଟରୁ 10ଟି ଏସ କଫ ସିରଫ ବୋତଲ ଓ 3ଶହ ଟଙ୍କା ଜବତ କରାଯାଇଛି l ଗତଶୁକ୍ରବାର ରାତ୍ରରେ ଅଭିଯୁକ୍ତ ଦ୍ବୟ ଜଗନ୍ନାଥ ବଲ୍ଲଭ ପାର୍କିଂ ନିକଟରେ ବେଆଇନ ଭାବେ ଏସକଫ ସିରଫ କାରବାର କରୁଥିବା ଜାଣି ଟାଉନ ଥାନାର ଏକ ସ୍ୱତନ୍ତ୍ର ଟିମ ଘଟଣା ସ୍ଥଳରେ ଚଢ଼ାଉ କରି ଏସ କଫ ସିରଫ ବୋତଲ ଜବତ କରିବା ସହ ଅଭିଯୁକ୍ତ ଦ୍ବୟକୁ ଗିରଫ କରିଥିଲେ l 303/2025 ନମ୍ବର ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଦ୍ବୟକୁ ଶନିବାର କୋର୍ଟ ଚାଲାଣ କରାଯାଇଥିଲା l

Leave a Reply

Your email address will not be published. Required fields are marked *