ବିଜେଡି ପକ୍ଷରୁ ଆରଡିସି ଅଫିସ ଘେରାଉ, ପ୍ରତିକ୍ରିୟା ରଖିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ବିଜୁ ଜନତା ଦଳ ପକ୍ଷରୁ ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ ଦାବିରେ ଆରଡିସି ଅଫିସ ଘେରାଉ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ସେ କହିଛନ୍ତି, ୨୪ ବର୍ଷ ହେବ ସରକାରରେ ରହିଥିଲେ। ଏବେ କିଭଳି ବିରୋଧୀ ଦଳ ଭୂମିକା ନିଭାଇ ହେବ ସେ ନେଇ ବିଜେଡି ପ୍ରାକ୍ଟିସ କରୁଛି। ତେଣୁ ମୋହନ ଚରଣ ମାଝୀଙ୍କ ସରକାର ସବୁ ଘଟଣାର ତ୍ବରିତ ପଦକ୍ଷେପ ନେଉଛନ୍ତି କୌଣସି ବି ଘଟଣାକୁ ଢିଲା କରାଯିବନି। ତେଣୁ ଯିଏ ଚାହୁଛନ୍ତି ରାଜରାସ୍ତାକୁ ଆସିବା ପାଇଁ ତାଙ୍କୁ ମନା ନାହିଁ ସେମାନେ ଆସିପାରିବେ। ରାଜନୀତିରେ ସମସ୍ତଙ୍କୁ ସବୁ ଅଧିକାର ରହିଛି।ସୂଚନାଯୋଗ୍ୟ, ବିଜେଡି ପକ୍ଷରୁ ରାଜ୍ୟ ସରକାରଙ୍କ ଚରମ ଅବହେଳା, ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନା ବିରୁଦ୍ଧରେ ସମ୍ବଲପୁର ଆରଡିସି ଅଫିସ ଘେରାଉ କରାଯାଉଛି। ପଶ୍ଚିମ ଓଡ଼ିଶାର ଆରଡିସି ସ୍ତରୀୟ ସମସ୍ତ ଜିଲ୍ଲାରୁ ବିଜୁ ଯୁବ, ଛାତ୍ର, ମହିଳା ଜନତା ଦଳର ସମସ୍ତ ସଦସ୍ୟ, କର୍ମକର୍ତ୍ତା, ବିଜୁ ଜନତା ଦଳର ସମସ୍ତ ବରିଷ୍ଠ ନେତୃମଣ୍ଡଳୀ, ସଦସ୍ୟ ଯୋଗଦାନ କରିଛନ୍ତି । ସେପଟେ ଘେରାଉକୁ ନଜରରେ ରଖି ବ୍ୟାପକ ପୁଲିସ ମୁତୟନ ଅଛନ୍ତି ।

ରାଜ୍ୟରେ ବଢୁଥିବା ନାରୀ ନିର୍ଯାତନାକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ବାଲେଶ୍ୱର ଏଫଏମ କଲେଜ ଘଟଣାରେ ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ଏବେ ବଳଙ୍ଗାରେ ନାବାଳିକାଙ୍କୁ ଜାଳିଦେବା ଘଟଣାରେ ବିଜେଡି ଆନ୍ଦୋଳନକୁ ଆହୁରି ତୀବ୍ର କରିଛି । ସରକାରଙ୍କ ବିରୋଧରେ ଏହି ଆନ୍ଦୋଳନ କେବଳ ବିଜେଡି ନୁହେଁ କଂଗ୍ରେସ ବି ଜାରି ରଖିଛି ।

Leave a Reply

Your email address will not be published. Required fields are marked *