ମାନବିକତା ଦେଖାଇଲେ ଛତ୍ରପୁର ଏସଡ଼ିପିଓ ଚନ୍ଦନ ଘଡେଇ

ଛତ୍ରପୁର : ୨୧/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ୧୬ ନମ୍ବର୍ ଜାତୀୟ ରାଜପଥ ନିକଟ ଏକ୍ରାମ ନଗର ସ୍ଥିତ ସର୍ଭିସ ରୋଡ଼ରେ ଜଣେ ବ୍ୟକ୍ତି ଆହତ ହୋଇ ଅଚେତ ଅବସ୍ଥାରେ ରାସ୍ତାରେ ପଡିରହିଥିଲେ। ସେହି ରାସ୍ତା ଦେଇ
ଛତ୍ରପୁର ଏସ୍‌ଡିପିଓ ଚନ୍ଦନ ଘଡେଇ ଯାଉଥିବା ସମୟରେ ହଠାତ୍ ତାଙ୍କ ଆଖି ରାସ୍ତା କଡ ରେ ପଡ଼ିଥିଲା ଯେଉଁ ରାସ୍ତାରେ ଜଣେ ବ୍ୟକ୍ତି ପଡ଼ି ରହିଥିଲେ ସଙ୍ଗେ ସଙ୍ଗେ ଗାଡ଼ି ରଖି ସେହି ବ୍ୟକ୍ତି ଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ଛତ୍ରପୁର ମେଡିକାଲ ନେଇଥିଲେ ।
ପରବର୍ତ୍ତୀ ସମୟରେ ତାଙ୍କ ପରିଚୟ ମିଳିଥିବା ଜଣାପଡିଛି ।
ଆହତ ବ୍ୟକ୍ତିଜଣଙ୍କ ହେଲେ ସୁରେନ୍ଦ୍ର ନାଥ ମହାଙ୍କୁଡ଼। ସେ ପୋର୍ଟ ରେ କାମ କରୁଥିବା ଜଣା ପଡିଛି । ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ ସ୍ଥାନାନ୍ତର କରାଯାଇଛି। ଏହି ଭଳି ଜଣେ ପୋଲିସ୍ ଅଧିକାରୀ ଙ୍କ ମହାନତା ପାଇଁ ଅଞ୍ଚଳର ସମସ୍ତେ ଶୁଭେଛା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *