
ଭୁବନେଶ୍ବର: ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ନେବାକୁ ସରକାରଙ୍କ ପକ୍ଷରୁ ମନା କରାଯାଇଛି। କିନ୍ତୁ ପ୍ଲାଷ୍ଟିକ ବୋତଲ ବଦଳରେ କାଚ ବୋତଲରେ ପେଟ୍ରୋଲ ମିଳିବ ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି । ପେଟ୍ରୋଲିୟମ ନିୟମ ଅନୁଯାୟୀ ଆଇନ ହେବ ବୋଲି ମନ୍ତ୍ରୀ କହିଛନ୍ତି।ଯେଉଁମାନେ ଆଇନ ବିରୁଦ୍ଧରେ କାର୍ଯ୍ୟ କରିବେ ସେନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତାଘାଟରେ ପ୍ଲାଷ୍ଟିକ ବୋତଲରେ ପେଟ୍ରୋଲ ବିକିଲେ କାର୍ଯ୍ୟାନୁଷ୍ଠାନ ହେବ । ବାହାରେ ବିକ୍ରି ରୋକିବା ପାଇଁ ଚଢ଼ଉ ହେବ ବୋଲି ମନ୍ତ୍ରୀ କହିଛନ୍ତି । ଜିଲ୍ଲାପାଳଙ୍କୁ ଏନେଇ ନିର୍ଦ୍ଦେଶ ମଧ୍ୟ ଦିଆଯିବ । ବାହାରେ ବିନା ଲାଇସେନ୍ସରେ ପେଟ୍ରୋଲ ବିକ୍ରି କଲେ ସିଜ୍ କରିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଅରଯିବ ବୋଲି ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି।