ଯାଜପୁରରେ ଲଜ୍ଜା; ନାବାଳିକା ହକି ଖେଳାଳିଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ ! ଟ୍ରେନର୍ ଅଟକ

ଯାଜପୁର: ପ୍ରଥମେ ବାଲେଶ୍ୱର ଏବଂ ପରେ ପୁରୀ ବଳଙ୍ଗା ଘଟଣା ଆଖିରୁ ନଲିଭୁଣୁ ଯାଜପୁରରେ ପୁଣି ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି । ଜଣେ ନାବାଳିକା ହକି ଖେଳାଳିଙ୍କୁ ଖୋଦ ତାଙ୍କର ଟ୍ରେନର ଓ ସହଯୋଗୀ ଅପହରଣ କରି ନେଇ ଏକ ଲଜରେ ଗଣଦୁଷ୍କର୍ମ କରିଥିବା ନେଇ ଯାଜପୁର ଟାଉନ ଥାନାରେ ଅଭିଯୋଗ ହେଇଛି । ଯାଜପୁରରେ ଜଣେ ନାବାଳିକା ହକି କ୍ରୀଡ଼ାବିତଙ୍କୁ ତାଙ୍କ ନିଜ କୋଚ୍ କିଛି ସହଯୋଗୀଙ୍କ ସହିତ ମିଶି ଅସଦାଚରଣ ଏବଂ ଗଣଦୁଷ୍କର୍ମ କରିଥିବା ଭଳି ଏକ ସାଂଘାତିକ ଅଭିଯୋଗ ଆଜି ସାମ୍ନାକୁ ଆସିଛି ।ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ପରେ ଯାଜପୁର ଟାଉନ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁଖ୍ୟ ଅଭିଯୁକ୍ତ ହକି କୋଚଙ୍କୁ ସ୍ଥାନୀୟ ଅଞ୍ଚଳରୁ ଉଠାଇ ନେଇ ଥାନାରେ ପଚରାଉଚରା ଆରମ୍ଭ କରିଥିବା ସୂଚନା ମିଳିଛି । ପୀଡ଼ିତା ଅଭିଯୋଗ ଅନୁଯାୟୀ, ଗତ ଜୁଲାଇ ମାସ ୩ ତାରିଖ ସନ୍ଧ୍ୟାରେ ଷ୍ଟାଡିୟମରୁ ଟ୍ରେନିଂ ସାରି ଆସୁଥୁବା ସମୟରେ ଷ୍ଟାଡିୟମ ସମ୍ମୁଖ ରାସ୍ତାରେ ତାଙ୍କ କୋଚ୍ ଓ ତାଙ୍କର ସ‌ହଯୋଗୀ ଗାଡ଼ିରେ ଯିବା ପାଇଁ ଡାକିଥିଲେ । ଏଥିସହିତ ଗାଡ଼ିରେ ଏକ ଲଜ୍‌କୁ ନେଇ ଗଣଦୁଷ୍କର୍ମ କରିଥିବା ପୀଡ଼ିତା ନିଜ ଏତଲାରେ ଦର୍ଶାଇଛନ୍ତି ।ପୀଡ଼ିତାଙ୍କ ଏତଲକୁ ଆଧାର କରି ଯାଜପୁର ଟାଉନ ପୋଲିସ କୋଚଙ୍କ ସମେତ ମୋଟ୍ ତିନି ଜଣଙ୍କ ନାଁରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏଥିସହିତ ମୁଖ୍ୟ ଅଭିଯୁକ୍ତ କୋଚକୁ ସ୍ଥାନୀୟ ଅଞ୍ଚଳରୁ ଆଣି ଥାନାରେ ଅଟକ ରଖି ପଚରାଉଚରା କରା ଯାଉଥିବା ସୂଚନା ମିଳିଛି । ଏଥିସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Leave a Reply

Your email address will not be published. Required fields are marked *