
ବେଲଗୁଣ୍ଠା (ବିନାୟକ ଗୌଡ଼ , ଓଡ଼ିଶା ଟୁଡେ): ସୋରଡ଼ା ନିର୍ବାଚନ ମଣ୍ଡଳୀର ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ତନରଡା ଗ୍ରାମପଞ୍ଚାୟତର ତନରଡା ଗ୍ରାମରେ ଥିବା ସତ୍ୟ ଶ୍ରୀ ଜରାଶ୍ରମରେ “ମା, ପାଇଁ ଗଛଟିଏ ” କାଯ୍ୟକ୍ରମରେ ମାନ୍ୟବର ସୋରଡ଼ା ବିଧାୟକ ଶ୍ରୀ ନୀଳମଣି ବିଷୋୟୀ ଯୋଗଦେଇ ବୃକ୍ଷରୋପଣ କଲେ ଏବଂ ବୃଦ୍ଧଆଶ୍ରମରେ ଥିବା ବାପା ମାଆମାନଙ୍କୁ ଶୀତବସ୍ତ୍ର ସାଲ୍ ବଣ୍ଟନ କଲେ ଓ ଆଶ୍ରମର ବିଭିନ୍ନ ସମସ୍ୟା ବିଷୟରେ ସମୀକ୍ଷା କରିବା ସହ ବୃଦ୍ଧାଶ୍ରମର ବିଭିନ୍ନ କୋଠରୀ ଗୁଡିକ ନିକଟରେ ପହଁଞ୍ଚି ପରିଦର୍ଶନ କଲେ |
“ମା’ଙ୍କ ନାମରେ ଗଛଟିଏ” ପ୍ରକୃତିର ସୁରକ୍ଷା ଓ ସମ୍ମାନ ପ୍ରତି ଏକ ଅଭିଯାନ, ଯାହାକୁ ଆମେ ଜନଆନ୍ଦୋଳନରେ ପରିଣତ କରିବା |
ବୃକ୍ଷ ଏବଂ ଜଙ୍ଗଲ ଆମର ଜୀବନ |ଭାରତୀୟ ସଂସ୍କୃତିରେ ମାଆଙ୍କୁ ଯେପରି ସମ୍ମାନ ଦିଆଯାଏ ସେହିପରି ପ୍ରକୃତି ମାତାଙ୍କୁ ମଧ୍ୟ ସମ୍ମାନ ଦେଵା | ବିକଶିତ ଓଡିଶା ର ସ୍ବପ୍ନ ତେବେ ହିଁ ସାକାର ହେବ |