ଭଞ୍ଜନଗର: ମୃତକଙ୍କ ପରିବାରକୁ ପ୍ରଶାସନର ସହାୟତା

ଭଞ୍ଜନଗର ୨୨/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ସାନକୋଦଣ୍ଡା ପଞ୍ଚାୟତ ଗମ୍ଭାରୀଗୋଚ୍ଛା ଗ୍ରାମର ପାଣୁ ଗୌଡ଼ ଓ ଦଣ୍ଡସୀ ସାହୁ ଙ୍କ ପରିବାରକୁ ଭେଟି ସହାୟତା ପ୍ରଦାନ କରିଛି ପ୍ରଶାସନ। ମଙ୍ଗଳବାର ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ବିଡ଼ିଓ ଭାରତୀ ଦେବୀ, ଭାରପ୍ରାପ୍ତ ତହସିଲଦାର ଅବିନାଶ ମାହାର, ଗ୍ରାମ୍ୟ ପାନୀୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ନିହାର ରଞ୍ଜନ ସ୍ବାଇଁ ପ୍ରମୁଖ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ମୃତକ ଙ୍କ ପରିବାରକୁ ଭେଟି ରେଡକ୍ରସ୍ ରୁ ୨୦,୦୦୦ ଲେଖାଏଁ ଦୁଇ ପରିବାର କୁ ମୋଟ ୪୦,୦୦୦ ଟଙ୍କା ପ୍ରଦାନ କରିଛନ୍ତି।

ସୁଚନାନୁସାରେ,ଗତ ସପ୍ତାହେ ହେଲା ଗମ୍ଭାରିଗୋଚ୍ଛାରେ ଝାଡାବାନ୍ତି ବ୍ୟାପିଥିବା ବେଳେ ଗତ ସୋମବାର ଗ୍ରାମର ଦଣ୍ଡାସି ସାହୁ (୬୩) ଘରେ ଓ ଶନିବାର ପାଣୁ ଗୌଡ଼ (୬୮)ଙ୍କ ମେଡିକାଲରେ ମୃତ୍ୟୁ ଘଟିଥିଲା। ଗୋଟିଏ ସପ୍ତାହ ମଧ୍ୟରେ ଗ୍ରାମର ଦୁଇ ଜଣଙ୍କ ମୃତ୍ୟୁ ଓ ଅନେକ ଲୋକ ଆକ୍ରାନ୍ତ ପରେ ଗାଁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ।ପରେ ସ୍ଥାନୀୟ ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀ ପ୍ରାଥମିକ ଚିକିତ୍ସା ପରେ ସ୍ଥିତିରେ ସୁଧାର ଆସିଥିଲା। ବାହାର ପାଣି ସିଧାସଳଖ ନପିଇ ଫୁଟେଇ ପିଇବାକୁ ଅନୁରୋଧ କରଯାଇଛି। ଝାଡ଼ାବାନ୍ତି ବ୍ୟାପିବା ଖବର ପାଇ ସ୍ବାସ୍ଥ୍ୟ ବିଭାଗ ତତ୍ପରତା ପ୍ରକାଶ କରିଛି। ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍ ଗମ୍ଭାରିଗୋଚ୍ଛା ଗାଁ କୁ ଯାଇ ଆକ୍ରାନ୍ତଙ୍କ ସ୍ଥିତି ଅନୁଧ୍ୟାନ କରିଛି।

Leave a Reply

Your email address will not be published. Required fields are marked *