
ଆସିକା ୨୩/୦୭ ( ଅମରେନ୍ଦ୍ର କୁମାର ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପ୍ରତିନିଧି, ଓଡ଼ିଶା ଟୁଡେ): ଆସିକା ଥାନା ଅନ୍ତର୍ଗତ ଝଗଡେଇ ଗ୍ରାମର ଜଣେ ୬୫ ବର୍ଷୀୟା ବୃଦ୍ଧା ସର୍ପlଘାତରେ ମୃତ ହୋଇଥିବା ନେଇ ଅଭିଯୋଗ ହୋଇଛି l ମୃତ ଜଣଙ୍କ ହେଲେ ଜୟନ୍ତୀ ପ୍ରଧାନ (୬୫) ସ୍ୱାମୀ ବିପ୍ର ପ୍ରଧାନ l ଆଜି ସକାଳ ସମୟରେ ଚାଷ କାମ କରିବାକୁ ବିଲକୁ ଆସିଥିବା ବେଳେ ଏକ ବିଷାକ୍ତ ସର୍ପl ଘାତ ହୋଇଥିବା ହେତୁ ବିଲ ରେ ଟଳି ପଡିଥିଲା l ଚାଷ ଜମିରେ କାମ କରୁଥିବା ଅନ୍ୟ ଲୋକ ମାନେ ଉଦ୍ଧାର କାରି ପରିବାର ଲୋକଙ୍କୁ ଖବର କରି ଆସିକା ଉପଖଣ୍ଡ ଚିକିତ୍ସାଳୟ କୁ ଚିକିତ୍ସିତ ନିମନ୍ତେ ଆଣିଥିଲେ l ମେଡିକାଲରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ୍ୟ ବରଣ କରିଥିବା ଘୋଷଣା କରିଥିଲେ l ଏହାପରେ ପରିବାର ପକ୍ଷରୁ ଆସିକା ପୋଲିସ ଥାନା ରେ ଅଭିଯୋଗ ପରେ ଆସିକା ପୋଲିସ ଘଟଣା ସ୍ଥଳରେ ପହଂଚି ୧୨/୨୫ ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି l