
ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଛୋଟ ବଡ ମନ୍ଦିରର ହେବ ଉନ୍ନତିକରଣ । ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଆଲୋଚନା କରି ପଦକ୍ଷେପ ନେବେ ସରକାର । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପରାମର୍ଶ ଦେଇଛନ୍ତି । ସେହିପରି ଘଟଗାଁ ମା’ ତାରିଣୀ ପୀଠ, ଯାଜପୁର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି ।ତାରିଣୀ-ବିରଜା-ଏକାମ୍ର କ୍ଷେତ୍ରର ବିକାଶ ମୁଖ୍ୟମନ୍ତ୍ରୀ ମୋହନଙ୍କ ସମୀକ୍ଷା:ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଗାଁ ମା’ ତାରିଣୀ ପୀଠ, ଯାଜପୁର ମା’ ବିରଜା ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି ।ଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷାଲୋକସେବା ଭବନରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମୀକ୍ଷା ତାରିଣୀ ମନ୍ଦିରରେ ଏସବୁ ସୁବିଧା ହେବ:ଘଟଗାଁ ମା’ ତାରିଣୀ ମନ୍ଦିରର ବିକାଶ କାର୍ଯ୍ୟ ୫୯ ଏକର ପରିମିତ ଅଞ୍ଚଳରେ ୪ଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଉଛି । ଅଢେଇ ବର୍ଷ ମଧ୍ୟରେ ଏହି ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି ।ଘଟଗାଁ ମା’ ତାରିଣୀଙ୍କ ପୀଠରେ ୨୦୦ ଶଯ୍ୟା ବିଶିଷ୍ଟ ଏକ ଯାତ୍ରୀ ନିବାସ୩୦୦ ସିଟ ବିଶିଷ୍ଟ ବ୍ୟାଖ୍ୟାନ କେନ୍ଦ୍ରନଡିଆ ଗୋଦାମ୫୦୦ ସିଟ ବିଶିଷ୍ଟ ପ୍ରସାଦ ସେବନ ଗୃହଫୁଡ ପ୍ଲାଜାପାର୍କିଂ ସୁବିଧାମାର୍କେଟ କମ୍ପ୍ଲେକ୍ସଡ୍ରେନେଜ୍ ସିଷ୍ଟମପୁଷ୍କରିଣୀ ଏବଂ ରାସ୍ତା ଉନ୍ନତିକରଣ କାର୍ଯ୍ୟ ରହିଛି4ଟି ପର୍ଯ୍ୟାୟରେ ବିରଜା ମନ୍ଦିର ଉନ୍ନତିକରଣ:ମନ୍ଦିର କମିଟି ସହିତ ଆଲୋଚନା କରି ଏସବୁ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏଥି ସହିତ ଘଟଗାଁ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଦୋକାନ ଗୁଡିକୁ ମାର୍କେଟ କମ୍ପ୍ଲେକ୍ସରେ ସୁବ୍ୟବସ୍ଥିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ପ୍ରସିଦ୍ଧ ଶକ୍ତି ପୀଠ ଯାଜପୁରର ମା’ ବିରଜାଙ୍କ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୪ଟି ପର୍ଯ୍ୟାୟରେ ଆରମ୍ଭ ହୋଇଛି ।
ମନ୍ଦିର ପରିସର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ
ମନ୍ଦିର ଚତୁଃପାର୍ଶ୍ୱ ବିକାଶ
ବିରଜା ହାଟ ସ୍ଥାପନ
ବ୍ରହ୍ମକୁଣ୍ଡର ପୁନରୁଦ୍ଧାର
ଓ ସୌନ୍ଦର୍ଯ୍ୟକରଣବ୍ୟାଖ୍ୟାନ
କେନ୍ଦ୍ରଧର୍ମଶାଳାହାତୀ ପୋଖରୀ ପୁନରୁଦ୍ଧାର
ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରିବା ପାଇଁ କାର୍ଯ୍ୟ ରହିଛିଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ବିକାଶ:ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି । ପ୍ରଭୁ ଲିଙ୍ଗରାଜଙ୍କ କ୍ଷେତ୍ରରେ ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଏହା ସହ ମନ୍ଦିର ଚତୁଃପାର୍ଶ୍ୱର ରାସ୍ତା ଉନ୍ନତିକରଣ କାର୍ଯ୍ୟ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଏକାମ୍ର କ୍ଷେତ୍ର ହେଉଛି ଭାରତ ବର୍ଷର ଏକ ପ୍ରାଚୀନ ଶୈବ ପୀଠ । ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ଛୋଟ ବଡ ମନ୍ଦିର ଅବହେଳିତ ଅବସ୍ଥାରେ ରହିଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ସହିତ ଆଲୋଚନା କରି ଏ ସବୁ ମନ୍ଦିର ଗୁଡିକର ଉନ୍ନତିକରଣ କରାଗଲେ, ଏକାମ୍ର କ୍ଷେତ୍ରର ଆଧ୍ୟାତ୍ମିକ ପରିବେଶ ବଜାୟ ରହିବ ।’